ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ

ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ଦାବିକଲେ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ । ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ୱିଟ୍ କଲେ ନବୀନ

ଭୁବନେଶ୍ୱର: ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ଲାଗି ଦାବିକଲେ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ । ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ୱିଟ୍ କଲେ ନବୀନ । କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ସବୁ ଓଡ଼ିଆ ସାଂସଦଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ।

Naveen Patnaik

ଏହା ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ହ ଜଡ଼ିତ। ଜାତୀୟ ସ୍ମାରକୀ ପ୍ରାଧିକରଣ (NMA) ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଲାଗି ଜାରି କରିଥିବା ପ୍ରସ୍ତାବିତ ଅଧିନିୟମକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିନିଅନ୍ତୁ । ଏଥିସହ ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା କୌଣସି ନିଷ୍ପତ୍ତି ନେଲାବେଳେ ରାଜ୍ୟକୁ ବିଶ୍ୱାସକୁ ନେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କହିଛନ୍ତି ।

ଜନ ଜାଗରଣ ମଞ୍ଚ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଏହି ବାଇ ଲ' ଦ୍ୱାରା ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରାଯାଇଥିଲା ।

ଓଡ଼ିଶାର ସମସ୍ତ ସାଂସଦ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେନ୍ଦ୍ର ସରକାର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ନିକଟରେ ଉପସ୍ଥାପନ କରିବାକୁ ନବୀନ ଅନୁରୋଧ କରୁଛନ୍ତି । ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ବାଇ-ଲ' ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଛି । ଏହା ସେବାୟତଙ୍କ ଜୀବନଜୀବିକା ସହ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସୁପରିଚାଳନା ଉପରେ ପ୍ରଭାବ ପକାଇବ ବୋଲି ନବୀନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+