ବିସମକଟକ ସଡକ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର ଜିଲ୍ଲା ବିସମଟକରେ ଏକ ସଡ଼କ ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ବିସମଟକରେ ଏକ ସଡ଼କ ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏବଂ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଏହି ଘଟଣାରେ ଆହତ ହୋଇଥିବା 2 ଜଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ଏବଂ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଏଠାରେ ଉଲ୍ଲେଖଥାଉ କି, 13 ଅଗଷ୍ଟରେ ବିସାମକାଟକରେ ଆମ୍ବୁଲାନ୍ସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣ ବ୍ୟକ୍ତି (ବଲାଙ୍ଗୀରରୁ 3 ଜଣ ଏବଂ ରାୟାଗଡାରୁ ଜଣେ) ମୃତ୍ୟୁ ବରଣ କରିଛନ୍ତି।












Click it and Unblock the Notifications