ରାଜ୍ୟରେ ପ୍ରତିଷ୍ଠା ହେବ ୫ଟି ବୃହତ ଶିଳ୍ପ, ସୃଷ୍ଟି ହେବ ୨୬ ହଜାର ୯୫୯ ନିଯୁକ୍ତି ସୁଯୋଗ

ରାଜ୍ୟରେ ୫ଟି ବୃହତ ଶିଳ୍ପ ସଂସ୍ଥାର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି।

ଭୁବନେଶ୍ୱର: ରାଜ୍ୟରେ ୫ଟି ବୃହତ ଶିଳ୍ପ ସଂସ୍ଥାର ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଯେଉଁଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୬ ହଜାର ୯୫୯ ଜଣ ନିଯୁକ୍ତି ପାଇବେ ।

industrial project

ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍, ଯାଜପୁର କଳିଙ୍ଗନଗରରେ ଟାଟା ଷ୍ଟିଲ, ଅନୁଗୋଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର୍‌ ଏବଂ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ରୁଙ୍ଗଟା ମାଇନ୍ସର ସଂପ୍ରସାରଣକୁ ମଂଜୁରୀ ମିଳିଛି।

ଭୂଷଣ ପାଓ୍ବାର ଓ ଷ୍ଟିଲ ପ୍ଲାଣ୍ଟ ଲିମିଟେଡ୍‌ ଇସ୍ପାତ ଉତ୍ପାଦନକୁ ୫ ଏମ୍‌ଟିପିଏରୁ ୧୫ ଏମ୍‌ଟିପିଏ ସଂପ୍ରାସାରଣ କରିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ଲିମିଟେଡ୍‌ ଇସ୍ପାଦ ଉତ୍ପାଦନ ୮ ଏମ୍‌ଟିପିଏ, ହଟ୍‌ ରୋଲ୍‌ଡ କଏଲ୍‌ ୭ ଏମ୍‌ଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌, ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍‌ ଲିମିଟେଡ୍‌ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଗତ ଆର୍ଥିକ ବର୍ଷରେ କରୋନା ଜାରି ଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍‌ ଅଫ୍‌ ଡୁଇଙ୍ଗ ଯୋଗୁ ୨ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା । ଚଳିତ ବର୍ଷ ବି କରୋନା ମହାମାରୀ ଜାରି ଥିବା ସତ୍ତ୍ବେ ବଡ଼ ବଡ଼ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+