ଲୋୟର ଇନ୍ଦ୍ର ପ୍ରକଳ୍ପ ଅଞ୍ଚଳରେ ପ୍ରତିଷ୍ଠା ହେବ ସାଇନ୍ସ ପାର୍କ ଓ ମ୍ୟୁଜିୟମ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲୋୟର ଇନ୍ଦ୍ର ପ୍ରକଳ୍ପ ଅଞ୍ଚଳରେ ଏକ ସାଇନ୍ସ ପାର୍କ ଓ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ 3 କୋଟି ଟଙ୍କା ଖର୍ଚ୍ଚ ହେବ।

ନୂଆପଡ଼ା: ଫୋକସରେ ଏବେ ପଶ୍ଚିମ ଓଡିଶାର ବିକାଶ । କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

Lower Indra project area

ଏଥି ସହିତ ଲୋୟର ଇନ୍ଦ୍ର ପ୍ରକଳ୍ପ ଅଞ୍ଚଳରେ ଏକ ସାଇନ୍ସ ପାର୍କ ଓ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ 3 କୋଟି ଟଙ୍କା ଖର୍ଚ୍ଚ ହେବ। ପିଲାମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ବଢିବ । ଜଳ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Lower Indra project area

ସେହିପରି ନୂଆପଡା ଓ ଖଡିଆଳ ଏ ଦୁଇ ଜାଗାରେ ଦୁଇଟି ଇଣ୍ଡୋର ଷ୍ଟାଡିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ କ୍ରୀଡା କାର୍ଯ୍ୟକଳାପ ସହିତ ନୂଆପଡା ଯୋଡି ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅବିଭାଷଣରେ କହିଛନ୍ତି । ଖଡିଆଳ ଅଟୋନୋମୋସ କଲେଜରେ କ୍ରୀଡା ଭିତ୍ତିଭୂମିର ବିକାଶ କରାଯିବ । ଏହା ଜିଲ୍ଲାର ଖେଳ ଭିତ୍ତିଭୂମିକୁ ମଜଭୁତ କରିବ ଓ ଯୁବକ ଯୁବତୀ ମାନଙ୍କ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+