ଓଡ଼ିଶା ହାସଲ କଲା ଷ୍ଟାର୍ଟଅପ୍ ଲିଡ଼ର ସ୍ୱୀକୃତି : ସୃଷ୍ଟି ହୋଇଛି 6 ହଜାର ନିଯୁକ୍ତି

ଜାତୀୟସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍ ଲିଡ଼ ସ୍ୱୀକୃତି ହାସଲ କରିଛି । 2019 ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍ ରାଙ୍କିଂରେ ଓଡ଼ିଶା ଏହି ସଫଳତା ପାଇଛି ।

ଭୁବନେଶ୍ୱର : ଜାତୀୟସ୍ତରରେ ଓଡ଼ିଶା ଷ୍ଟାର୍ଟଅପ୍ ଲିଡ଼ ସ୍ୱୀକୃତି ହାସଲ କରିଛି । 2019 ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍ ରାଙ୍କିଂରେ ଓଡ଼ିଶା ଏହି ସଫଳତା ପାଇଛି । ଇତି ମଧ୍ୟରେ ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା 774କୁ ବୃଦ୍ଧି ପାଇଛି । ଏଥିସହ ଛଅ ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍ ପରିଷଦ ବୈଠକରେ ଏହା ଜଣାପଡିଛି ।
ବର୍ତ୍ତମାନ ଇଡକୋର ନିର୍ମାଣଧୀନ ଜିରୋ ହବକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏକ ଉନ୍ନତ ଷ୍ଟାର୍ଟଅପ୍ ହବ୍ ଭାବେ ବିକଶିତ କରି ଏଥିରେ ପରୀକ୍ଷଣ ଓ ଉତ୍ପାଦ ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ବୌଦ୍ଧିକ ସଂପତ୍ତି ପଞ୍ଜୀକରଣ ଉପରେ ଗୁରୁତ୍ୱାରୋପ କରି ଏଥିନିମନ୍ତେ ସହାୟକ ନିୟାମକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସଚିବାଳୟ

ଏହି ବୈଠକରେ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଜଣାଇଥିଲେ ଯେ, 2017 ଜୁନ୍ ମାସରେ ରାଜ୍ୟର ପ୍ରଥମ ଷ୍ଟାର୍ଟଅପ୍ କୁ ସ୍ୱୀକୃତି ମିଳିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟଅପ୍ ସଂଖ୍ୟା 774କୁ ବୃଦ୍ଧି ପାଇଛି, ଯେଉଁମାନଙ୍କ ମଧ୍ୟରେ 250 ଜଣ ମହିଳା ଅଛନ୍ତି । ଇତି ମଧ୍ୟରେ ରାଜ୍ୟରେ 17ଟି ଇନକ୍ୟୁବେଟର, 17ଟି ଅଣକ୍ଷୁଦ୍ର ଶିଳ୍ପ ଇନକ୍ୟୁବେଟର ଓ 13ଟି ନୋଡାଲ ସଂସ୍ଥା କାର୍ଯ୍ୟ କରୁଛି । ଅଧିକ 5ଟି ଷ୍ଟାର୍ଟଅପ୍ ଉଦ୍ୟୋଗ ଓ 4ଟି ଇନକ୍ୟୁବେଟରକୁ ଆର୍ଥିକ ସହାୟତା ପାଇଁ ଆସିଥିବା ପ୍ରସ୍ତାବକୁ ଏହି ବୈଠକରେ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରୀପାଠୀ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସଂସ୍ଥା ଗୁଡିକ 2.88 କୋଟି ଟଙ୍କାର ସହାୟତା ପାଇବେ ।
ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଷ୍ଟାର୍ଟଅପ୍ ପାଇଁ ନୋଡାଲ ସଂସ୍ଥା ଭାବରେ ତାଲିକାଭୁକ୍ତ କରିବା ଲାଗି ମୁଖ୍ୟ ସଚିବଙ୍କ ଦ୍ୱାରା ଅନୁମୋଦନ ହୋଇଛି । ଏହି ବୈଠକରେ ଓଡି଼ଶା ରାଜ୍ୟ କୌଶଳ ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ମୁଖ୍ୟ ଶାସନ ସଚିବ କଳାହାଣ୍ଡିରେ କାର୍ଯ୍ୟରତ ଅମ୍ବିକା ଓ ସଦାନନ୍ଦ ଶତପଥୀ ନାମକ ଏକ ଷ୍ଟାର୍ଟଅପ୍ ଦମ୍ପତ୍ତିଙ୍କ ସହ ଡିଜିଟାଲ ମାଧ୍ୟମରେ ଆଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+