ଭିତ୍ତିଭୂମି ବିକାଶ ଏବଂ ଶିଳ୍ପାନୁଷ୍ଠାନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି
ଭିତ୍ତିଭୂମି ବିକାଶ ଏବଂ ଶିଳ୍ପାନୁଷ୍ଠାନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ବଡ଼ ଭିତ୍ତିଭୂମି ବିକାଶ ଏବଂ ଶିଳ୍ପାନୁଷ୍ଠାନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗୃପ (ସିସିଆଇ-ପିଏମଜି) ବୈଠକରେ ଆଲୋଚନାରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କ ଦ୍ୱାରା ୱେବ୍ସାଇଟରେ ପ୍ରଦାନ କରାଯାଇଥିବା କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ସମସ୍ୟାଗୁଡିକର ବିଭିନ୍ନ ଦିଗକୁ ବିଚାରକରି ସେସବୁର ଆଶୁ ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇ ଦେଇଥିଲେ। ପ୍ରକଳ୍ପଗୁଡିକର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସମୟ ସାରଣୀ ନିର୍ଦ୍ଧାରଣ କରି ତଦନୁଯାୟୀ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସଂପୃକ୍ତ ଜିଲ୍ଲା ପ୍ରଶାସନ, ସରକାରୀ ବିଭାଗ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀଶର୍ମା ଜଣାଇଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକର ସମାଧାନ କରାଯାଇଛି ଏବଂ, ସମସ୍ତ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଛି। ପ୍ରକଳ୍ପଗୁଡିକର କ୍ରମ-ଅଗ୍ରଗତି ଓ ସଦ୍ୟତନ ସ୍ଥିତି ବିଷୟ ସୂଚନା ନିୟମିତ ଭାବେ ସିସିଆଇପି ଏମ୍ଜି ୱେବ୍ସାଇଟ୍ରେଅପ୍ଲୋଡ୍ କରିବାକୁ ଶ୍ରୀଶର୍ମା ସମସ୍ତ ପ୍ରକଳ୍ପ କତ୍ତୁର୍ର୍ପକ୍ଷଙ୍କୁ କହିଥିଲେ। ଏହା ଦ୍ୱାରା କ୍ଷେତ୍ରସ୍ତରରେ ସୃଷ୍ଟି ହେଉଥିବା ନୂଆ ସମସ୍ୟା ବିଷୟ ସଠିକ ଭାବେ ଜଣାପଡିବ ଏବଂ ତଦନୁଯାୟୀ ପଦକ୍ଷେପ ନିଆଯିବ।
ଭାରତ ସରକାରଙ୍କ ଶିଳ୍ପ ଏବଂ ଆନ୍ତବାଣିଜ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ସୁମୀତା ଦୌରା କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ପ୍ରକଳ୍ପ ସଂସ୍ଥାମାନଙ୍କର ଏହି ମିଳିତ ବୈଠକ ପ୍ରକଳ୍ପ ଅଗ୍ରଗତିରେ ଅନେକ ଫଳପ୍ରଦ ହୋଇଛି । ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ଓ ଜିଲ୍ଲାପ୍ରଶାସନଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ପାଇଁ ସେ ରାଜ୍ୟ ପ୍ରଶାସନର ଉଚ୍ଚ ପ୍ରଶଂସା କରିଥିଲେ।
ବୈଠକରେ ବିଭିନ୍ନ ସେକ୍ଟରର ପ୍ରାୟ ୭୩, ୫୩୧ କୋଟି ଟଙ୍କା ପୁଞ୍ଜିନିବେଶ ହେଉଥିବା ୨୬ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।ଏଗୁଡ଼ିକ ମଧ୍ୟରେ ପ୍ରାୟ ୨୨,୦୨୭କୋଟି ଟଙ୍କା ଆକଳନର ୧୭ଟି ରେଳବାଇ ପ୍ରକଳ୍ପ, ୧୫ ହଜାର ୯୪୪ କୋଟି ଟଙ୍କା ଆକଳନର ୨ଟି ବିଦ୍ୟୁତ୍ ପ୍ରକଳ୍ପ, ୧୮ ହଜାର ୮୫୮ କୋଟି ଟଙ୍କାର ୨ଟି ତୈଳଓଗ୍ୟାସ୍ ପ୍ରକଳ୍ପ; ୨ ହଜାର ୩୦୨ କୋଟି ଟଙ୍କାର ୨ଟି ରାସ୍ତା ଓ ଜାତୀୟ ରାଜପଥ ପ୍ରକଳ୍ପ; ୯ ହଜାର ୮୯୭ କୋଟି ଟଙ୍କାର ଏମ୍.ସି.ଏଲ୍ କୋଇଲା ଖଣିପ୍ରକଳ୍ପ; ଏବଂ ୪,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ ଆକଳନର ୨ଟି ସିମେଣ୍ଟ ଶିଳ୍ପାନୁଷ୍ଠାନ ଅନ୍ତର୍ଭୁକ୍ତ। ଏହିସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣଆ ବଣ୍ଟନ, ସତ୍ତ୍ୱାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟ ପାଇଁ ଆଗୁଆ ଅନୁମତି, ବିଦ୍ୟୁତ୍ ଏବଂଫୋନ୍ ସଂଚାର ଟାୱାରର ସ୍ଥାନାନ୍ତରୀକରଣ ଆଦିପ୍ରାୟ ୭୨ଟି ଆବଶ୍ୟକତାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଥିଲା।
ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧାସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଥିଲେ।ସଂପୃକ୍ତ ଜିଲ୍ଲାମାନଙ୍କରୁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନାଶର୍ମା, ଶିଳ୍ପବିଭାଗ ପ୍ରମୁଖଶାସନ ସଚିବ ହେମନ୍ତ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନସଚିବ ମଧୁସୂଦନ ପାଢ଼ୀ, ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।












Click it and Unblock the Notifications