• search
For Quick Alerts
Turn On Notification  
For Daily Alerts

ଓଡିଶା ଜଳ ବିଦ୍ୟୁତ ନିଗମର ସଫଳତା: ବୃଦ୍ଧିହେଲା ହୀରାକୁଦ ଜଳ ଭଣ୍ଡାରର ଉତ୍ପାଦନ କ୍ଷମତା

By Staff
|

ଭୁବନେଶ୍ବର: ବୁର୍ଲା ସ୍ଥିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ର ରାଜ୍ୟର ଏକ ଅଗ୍ରଣୀ ଏବଂ ଖ୍ୟାତି ସମ୍ପନ୍ନ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବେ ଡିସେମ୍ବର-୧୯୫୬ ମସିହାରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିଆସୁଅଛି । ଏହି କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୫ ଓ ୟୁନିଟ୍-୬ ଦୀର୍ଘ ୫୦ ବର୍ଷ ଧରି ନିରବଛିନ୍ନ ବିଦ୍ୟୁତ୍ ଉତ୍ପାଦନ କରିଆସୁଛି । ଏହି ସଫଳ ସେବା ପ୍ରଦାନକୁ ଦ୍ରୁଷ୍ଟିରେ ରଖି ପରବର୍ତ୍ତି ସମୟରେ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣର ମାର୍ଗଦର୍ଶିକା ଅନୁଯାୟୀ ଏହି ଦୁଇଗୋଟି ୟୁନିଟର ନବୀକରଣ, ଆଧୁନିକୀକରଣ କାର୍ଯ୍ୟ ଓଡିଶା ଜଳ ବିଦ୍ୟୁତ୍ ନିଗମ ଦ୍ୱାରା ହାତକୁ ନିଆଯାଇଥିଲା। ନବୀକରଣ ପରେ ୟୁନିଟ୍-୫ ଓ ୬ର ବ୍ୟବସାୟିକ ଉତ୍ପାଦନ ସଫଳତାର ସହିତ ଆରମ୍ଭ ହୋଇଛି ।

OHPC

ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଓଡିଶା ଜଳ ବିଦ୍ୟୁତ୍ ନିଗମ ଏମ/ଏସ ଭଏଥ ହାଇଡ୍ରୋ ପ୍ରାଇଭେଟ ଲିମିଟେଡ (ଇଣ୍ଡିଆ)କୁ ଅକ୍ଟୋବର ୨୦୧୫ ରେ ୧୫୮.୭୭ କୋଟି ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟଦେଶ ଜାରିକରିଥିଲା । ଏହି କାର୍ଯ୍ୟ ସମ୍ପାଦନ ପରେ ୟୁନିଟ୍ ଦ୍ୱୟର କ୍ଷମତା ୩୭.୫ ମେଗାୱାଟରୁ ୪୩.୬୫ ମେଗାୱାଟ୍ କୁ ବୃଦ୍ଧି ହୋଇଅଛି, ଯାହା ଦ୍ୱାରା ୧୨.୩ ମେଗାୱାଟ୍ ଅଧିକ ଜଳ ବିଦ୍ୟୁତ୍ ଶକ୍ତି ରାଜ୍ୟ ଗ୍ରୀଡକୁ ଯୋଗାଇବାରେ ଏହା ସମର୍ଥ ହୋଇଅଛି । ଏତଦବ୍ୟତିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟରୁ ବୃଦ୍ଧି ହୋଇ ୨୮୭.୮ ମେଗାୱାଟ ହୋଇଅଛି, ଯାହାକୁ ରାଜ୍ୟର ଉପଭୋକ୍ତାମାନଙ୍କୁ ସୁଲଭ ଓ ସବୁଜ ଶକ୍ତି ଯୋଗାଇବାରେ ସହାୟକ ହୋଇଛି ।

Burla OHPC

ଓଡିଶା ଜଳ ବିଦ୍ୟୁତ ନିଗମର ସଫଳତା:

ବିଗତ ଦିନରେ ଓଡିଶା ଜଳ ବିଦ୍ୟୁତ୍ ନିଗମ ଏହି ବିଦ୍ୟୁତ୍ କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୧,୨,୩ ଓ ୪ ମାନଙ୍କରେ ପ୍ରର୍ଯ୍ୟାୟ କ୍ରମେ ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧିକରଣ କରାଯାଇ ଅଧିକ ୪୦ ମେଗାୱାଟ୍ ଜଳ ବିଦ୍ୟୁତ୍ ରାଜ୍ୟ ଗ୍ରୀଡକୁ ଯୋଗାଇ ଦେଇ ଆସୁଅଛି । ଉପରୋକ୍ତ ୟୁନିଟ୍ ଗୁଡିକର କ୍ଷମତା ବୃଦ୍ଧି ହେବା ଫଳରେ ଓଡିଶା ଜଳ ବିଦ୍ୟୁତ୍ ନିଗମର ର ଆର୍ଥିକ ସ୍ଥିତି ସୁଦୃଢ ହେବା ସଙ୍ଗେ ସଙ୍ଗେ ରାଜ୍ୟର ସର୍ବୋଚ୍ଚ ବିଦ୍ୟୁତ୍ ଶକ୍ତି ଚାହିଦା ମେଣ୍ଟାଇବାରେ ସହାୟକ ହୋଇଛି। ଓଡିଶା ଜଳ ବିଦ୍ୟୁତ୍ ନିଗମର ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କର ନିରବଛିନ୍ନ ଓ ସମନ୍ୱିତ ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟଟି ସଫଳ ହୋଇପାରିଛି। ପ୍ରକାଶ ଥାଉକି ବର୍ତ୍ତମାନ ପରିପ୍ରେକ୍ଷୀରେ ବୁର୍ଲା ସ୍ଥିତ ବିଦ୍ୟୁତ୍ କେନ୍ଦ୍ରର ସମସ୍ତ ୭ ଗୋଟି ୟୁନିଟ୍ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହୋଇଛି । ସେହିପରି ଚିପିଲିମାରେ ଅବସ୍ଥାପିତ ୩ ଗୋଟି ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରୁଅଛି। ଓଡିଶା ଜଳ ବିଦ୍ୟୁତ୍ ନିଗମ ରାଜ୍ୟର ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ସବୁଜ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବା ପାଇଁ ନିରନ୍ତର ଚେଷ୍ଟିତ ଓ ପ୍ରତିଶୃତିବଦ୍ଧ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Burla Power House under OHP operating with enhanced capacity
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X