୨୦୨୨ ମସିହା ପାଇଁ ପ୍ରକାଶ ପାଇଲା ଛୁଟି ଦିନ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ସାନ୍ତାଳି ଭାଷାର ପ୍ରଚାର ପ୍ରସାର ତଥା ଅଲ୍‌ଚିକି ଲିପିର ସର୍ଜନା କରିଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନକୁ ଚିର ସ୍ମରଣୀୟ କରିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ରାଜ୍ୟରେ 'ଛୁଟିଦିନ' ଭାବରେ ଘୋଷଣା କରିଛନ୍ତି। ପଣ୍ଡିତ ମୁର୍ମୁଙ୍କ ଜନ୍ମ ଦିନ ବୈଶାଖ ପୂର୍ଣିମା ଦିନ ପଡିଥାଏ।

Pandit Raghunath Murmu

ଓଡିଶା ସରକାର ୨୦୨୨ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ଯ ସରକାରଙ୍କ ଅଧିନସ୍ଥ କାର୍ଯ୍ଯାଳୟ ତଥା ରାଜସ୍ବ ଓ ମାଜିଷ୍ଟେରିଆଲ୍ କୋର୍ଟ (ଏକ୍‌ଜିକ୍ୟୁଟିଭ୍) ପାଇଁ ୨୭ ଗୋଟି ଛୁଟିଦିବସ ଏବଂ ବ୍ୟାଙ୍କ ଅନୁଷ୍ଠାନ ପାଇଁ ୧୮ଟି ଛୁଟିଦିବସ ଘୋଷଣା କରିଛନ୍ତି। ବୈଶାଖ ପୂର୍ଣିମା ତଥା ବୁଦ୍ଧ ପୁର୍ଣ୍ଣିମା ଦିନଟିକୁ ୨୦୧୭ ମସିହାରୁ ଇଚ୍ଛାଧୀନ ଛୁଟିଦିବସ ଭାବରେ ଘୋଷଣା କରାଯାଇଥିଲା।

୨୦୨୨ର ଛୁଟିଦିନ-ରବିବାର ଦିନ ପଡୁଛି ୭ଟି ଛୁଟି ଦିବସ:

ଆସନ୍ତା ବର୍ଷ ସରକାରୀ କର୍ମଚାରୀଙ୍କ ପାଇଁ ୨୭ ଗୋଟି ଛୁଟି ଦିବସ ଘୋଷଣା କରାଯାଇଥିବା ବେଳେ ସମୁଦାୟ ୭ ଗୋଟି ପର୍ବ ତଥା ସ୍ମରଣୀୟ ଦିବସ ରବିବାର, ୨ୟ ଶନିବାର କିମ୍ବା ୪ର୍ଥ ଶନିବାର ଦିନ ପଡୁଛି। ଫଳରେ ଏହିସବୁ ଛୁଟି ଦିନ ଗୁଡିକ ସରକାରୀ କର୍ମଚାରୀମାନେ ହରାଇଲେ ବୋଲି ଧରିନିଆଯିବ। ସୁବାସ ବୋସ ଜୟନ୍ତୀ, ରାମ ନବମୀ, ଇଦ-ଉଲ-ଜୁହା, ମହାଳୟା, ଗାନ୍ଧୀ ଜୟନ୍ତୀ ଇତ୍ୟାଦି ଦିବସ ରବିବାର ଦିନ ପଡୁଛି ୨୦୨୨ ମସିହାରେ। ସେହିପରି ଇଚ୍ଛାଧୀନ ଛୁଟି ଭାବରେ ଘୋଷଣା ହୋଇଥିବା ୪ ଗୋଟି ଦିବସ ଏଥର ୨ୟ ଶନିବାର ଅଥବା ରବିବାର ଦିନ ପଡୁଛି, ତେଣୁ ଏହିସବୁ ଛୁଟି ମଧ୍ୟ ହରାଇବେ ସରକାରୀ କର୍ମଚାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+