ବିର୍ସା ମୁଣ୍ଡାଙ୍କ ଗୌରବମୟ ପରିଚିତି ଭବିଷ୍ୟତ ପିଢି ପାଇଁ ପ୍ରେରଣା ହୋଇ ରହିବ

ଭୁବନେଶ୍ବର: ଭାରତ ଭୂମିର ସ୍ଵାଧୀନତା ପାଇଁ ଯେଉଁ ସଂଘର୍ଷମୟ ସଂଗ୍ରାମ ଜାରି ରହିଥିଲା ସେଥିରେ ଓଡ଼ିଶାର ବହୁ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ତ୍ୟାଗକରି ଆତ୍ମ ବଳିଦାନ ଦେଇଥିଲେ । ଶହୀଦ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳୀ ଦେଇଥିଲେ । ଆଜି ସଂଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

Birsa munda jayanti

ଉଭୟ ମଞ୍ଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶହୀଦ ବିର୍ସା ମୁଣ୍ଡାଙ୍କୁ ସ୍ଵାଭିମାନ ଓ ଦେଶପ୍ରେମର ପ୍ରତୀକ ଭାବେ ବର୍ଣ୍ଣନା କରିବା ସହ ଆଦିବାସୀ ମାନଙ୍କ ନିମନ୍ତେ ପରିଚିତି ସୃଷ୍ଟି କରିବା ସହ ଭବିଷ୍ୟତ ପିଢିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା ବୋଲି କହିଥିଲେ ।ଆଜିର ଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳିତ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ପୂର୍ଵତନ ସାଂସଦ ଡକ୍ଟର ପ୍ରଭାସ ସିଂ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ଯୋଗ ଦେଇ କହିଥିଲେ ଯେ ଶହୀଦ ବିର୍ସା ମୁଣ୍ଡା ଅତି ଅଳ୍ପ ବୟସରୁ ଆଦିବାସୀ ସଂପ୍ରଦାୟର ଅସ୍ମିତା ତଥା ଉନ୍ନତି ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ ।

ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ର ସଂମ୍ପାଦକ ଡକ୍ଟର ଲେନିନ୍ ମହାନ୍ତି ଏହି ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି କହିଥିଲେ, ଶହୀଦ ବିର୍ସା ମୁଣ୍ଡା ୨୫ ବର୍ଷର ସ୍ଵଳ୍ପ ଜୀବନ କାଳରେ ଶୋଷଣ ବିରୋଧରେ ସଂଗ୍ରାମ କରି ପରିବର୍ତ୍ତନ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ଦାଶ ନିଜର ବକ୍ତବ୍ୟ ରଖି କହିଥିଲେ ଆମେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ଶହୀଦ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।ଶହୀଦ ବିର୍ସାମୁଣ୍ଡା ତାଙ୍କର ଅତି ସ୍ଵଳ୍ପ ବର୍ଷର ଜୀବନକାଳରେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ନୂତନ ଚେତନା ଜାଗରଣ କରିଥିଲେ। ସେ ପ୍ରକୃତରେ ଥିଲେ ଜଣେ ଜାତୀୟ ବୀର ତଥା ସଶସ୍ତ୍ର ସଂଗ୍ରାମର କର୍ଣଧାର।

Birsa Munda

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଜୟନ୍ତୀ ଉତ୍ସବରେ ସ୍ଵାଗତଭାଷଣ ପ୍ରଦାନ କରି ବିର୍ସା ମୁଣ୍ଡା ଆଦିବାସୀଙ୍କ ମଧ୍ୟରେ ନବଜାଗରଣ ଆଣିଥିଲେ ବୋଲି ମନ୍ତବ୍ୟ ରଖିଥିଲେ।ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+