ବିଜୁ ସ୍ମାର୍ଟ ହେଲ୍ଥ କାର୍ଡରେ ଯୋଡି ହେଲା ବାଲେଶ୍ୱର, ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ
ଆଜି ବାଲେଶ୍ୱରରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ
ବାଲେଶ୍ୱର: ଆଜି ବାଲେଶ୍ୱରରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ।

୬ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହ ୧୧୦୦ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସ୍ମାର୍ଟ ହେଲ୍ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୬୦୦ ମିଶନ ଶକ୍ତିର ମା'ମାନେ ମାଛ ଚାଷରେ ସାମିଲ୍ ହୋଇଛନ୍ତି । ଏହା ଖୁସିର କଥା । ମିଶନ ଶକ୍ତିର ମା'ମାନଙ୍କୁ ଅଧିକ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଦେଶରେ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଓଡିଶା ପ୍ରଥମ । ସ୍ମାର୍ଥ ହେଲ୍ଥ କାର୍ଡ ଆପଣମାନଙ୍କ ଦୁଃଖ ଦୂର କରିବ ।
Carrying forward the healthcare transformation process in #Odisha, CM @Naveen_Odisha started distribution of #BijuSwasthyaKalyanYojana smart health cards in #Baleswar district, and dedicated development projects worth ₹1552.96 Cr. @HFWOdisha pic.twitter.com/k15sf3GEBs
— CMO Odisha (@CMO_Odisha) November 26, 2021
ଅନ୍ୟପଟେ ୬ ଶହ ମିଶନ ଶକ୍ତି ମା' ମାଛ ଚାଷରେ ସାମିଲ ହୋଇଥିବା ବେଳେ ମାଛ ଉତ୍ପାଦନରେ ଜାତୀୟ ସ୍ତରରେ ବାଲେଶ୍ୱର ପାଇଛି ସମ୍ମାନ। ୨୦ ଏକର ଜମିରେ ହେବ ମାଛ ମାର୍କେଟ୍, ଖର୍ଚ୍ଚ ହେବ ୫୦ କୋଟି। ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ ଉପକୃତ ହେବେ। ୯୦୦ କୋଟିର ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications