For Quick Alerts
Turn On Notification  
For Daily Alerts
Oneindia App Download

14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଭାରତୀ-ହର୍ଷ

ଆଜିଠାରୁ କୋର୍ଟ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ୧୪ ଦିନ ଅର୍ଥାତ୍ ୪ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।

|

ମୁମ୍ବାଇ: ବଲିଉଡ ଡ୍ରକ୍ସ ଲିଙ୍ଗ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଏନସବି ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ତେବେ ଗିରଫ ପରେ ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଆଜିଠାରୁ କୋର୍ଟ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ୧୪ ଦିନ ଅର୍ଥାତ୍ ୪ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।

ଭାରତୀ-ହର୍ଷ

ତେବେ ବଲିଉଡ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ଉଭୟଙ୍କ ରିମାଣ୍ଡରେ ନେଇଥିଲା । ଉଭୟ ବେଲ ପାଇଁ ଆବେଦନ କରିଛନ୍ତି ଯାହା ଆସନ୍ତାକାଲି ଅର୍ଥାତ ସୋମବାର ଶୁଣାଣି ହେବ । ଏନସିବି ହାସ୍ୟ ଅଭିନେତା ଭାରତୀ ସିଂଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଥିଲା । ଅଧିକାରୀ କହିଛନ୍ତି ଯେ ଭାରତୀ ସିଂଙ୍କୁ ଉପାନ୍ତ ଅଞ୍ଚଳର ଆନ୍ଧେରୀସ୍ଥିତ ତାଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଶନିବାର ଗିରଫ କରାଯାଇଛି ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା ପରେ ଏନସିବି ଏନେଇ ଜୋରଦାର୍ ତଦନ୍ତ ଚଳାଇଛି। ଏହି କ୍ରମରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଳଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତେବେ ଏନସିବି ଗତକାଲି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି 86.5 ଗ୍ରାମର ଗଞ୍ଜେଇ ଜବତ କରିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
bharti singh and haarsh limbachiya sent to judicial custody till 4th december in drug case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X