Get Updates
Get notified of breaking news, exclusive insights, and must-see stories!

14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଭାରତୀ-ହର୍ଷ

ଆଜିଠାରୁ କୋର୍ଟ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ୧୪ ଦିନ ଅର୍ଥାତ୍ ୪ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।

ମୁମ୍ବାଇ: ବଲିଉଡ ଡ୍ରକ୍ସ ଲିଙ୍ଗ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଏନସବି ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି । ତେବେ ଗିରଫ ପରେ ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଆଜିଠାରୁ କୋର୍ଟ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ୧୪ ଦିନ ଅର୍ଥାତ୍ ୪ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।

ଭାରତୀ-ହର୍ଷ

ତେବେ ବଲିଉଡ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ଉଭୟଙ୍କ ରିମାଣ୍ଡରେ ନେଇଥିଲା । ଉଭୟ ବେଲ ପାଇଁ ଆବେଦନ କରିଛନ୍ତି ଯାହା ଆସନ୍ତାକାଲି ଅର୍ଥାତ ସୋମବାର ଶୁଣାଣି ହେବ । ଏନସିବି ହାସ୍ୟ ଅଭିନେତା ଭାରତୀ ସିଂଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରିଥିଲା । ଅଧିକାରୀ କହିଛନ୍ତି ଯେ ଭାରତୀ ସିଂଙ୍କୁ ଉପାନ୍ତ ଅଞ୍ଚଳର ଆନ୍ଧେରୀସ୍ଥିତ ତାଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଶନିବାର ଗିରଫ କରାଯାଇଛି ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ଡ୍ରଗ୍ସ ଲିଙ୍କର ଖୁଲାସା ହେବା ପରେ ଏନସିବି ଏନେଇ ଜୋରଦାର୍ ତଦନ୍ତ ଚଳାଇଛି। ଏହି କ୍ରମରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ଅର୍ଜୁନ ରାମପାଳଙ୍କ ଭଳି ବଲିଉଡର ଅନେକ ବଡ଼ ତାରକା ଏନସିବି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତେବେ ଏନସିବି ଗତକାଲି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି 86.5 ଗ୍ରାମର ଗଞ୍ଜେଇ ଜବତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+