ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ଥିବା ବସ୍ତିମାନଙ୍କରେ ମୌଳିକ ଭିତ୍ତିଭୂମି ବିକାଶ

ଭୁବନେଶ୍ଵର: ସହରାଞ୍ଚଳ ବସ୍ତି ବାସିନ୍ଦାମାନଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତିସ୍ଥାନ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ଥିବା ବସ୍ତିମାନଙ୍କ ବିକାଶ ସମ୍ବନ୍ଧିତ ଏକ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବସ୍ତି ବାସିନ୍ଦାମାନେ ଏକ ସହରର ଅବିଛେଦ୍ୟ ଅଂଗ । ସେମାନଙ୍କ ପାଇଁ ଉତ୍ତମ ବାସଗୃହ ଏବଂ ମୌଳିକ ସେବା ଯୋଗାଣ ନିଶ୍ଚିତ କରାଇବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଗା ମିଶନ ଅଭିଯାନ ଆରମ୍ଭ କରିଛନ୍ତି ।

urban slum

ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ବସ୍ତିଗୁଡ଼ିକର ବିକାଶ କରି ସେସବୁକୁ ସହର ମୁଖ୍ୟ ଜୀବନଧାରା ସହ ସଂଯୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ଶେଷସୁଦ୍ଧା 'ଉଷା'ସର୍ଭେ ମାଧ୍ୟମରେ ଚିହ୍ନିତ ସମସ୍ତ ବସ୍ତିର ବିକାଶ ସାଧନ କରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କର୍ମଶାଳାରେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା କହିଥିଲେ ଯେ ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଥିବା ପୁରୁଣା ବସ୍ତିଗୁଡ଼ିକରେ ଜମି ଅଧିକାର ଏବଂ ଉନ୍ନୟନ ମୂଳକ କାର୍ଯ୍ୟନିମନ୍ତେ ଥିବା ଆଇନ୍ଗତ ଆବଶ୍ୟକତା ଆଦିକୁ ବିଚାର କରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ୱୟନ ପଦ୍ଧତି (ଏସ୍.ଓ.ପି.) ସ୍ଥିର କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ପ୍ରଦର୍ଶିତ ମାର୍ଗରେ ଉଭୟ ନଗର ଓ ଗୃହ ଉନ୍ନୟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ଏହି ଏସ୍.ଓ.ପି. ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ ସହର ମଧ୍ୟ ଜଙ୍ଗଲ ଜମିରେ ଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାର ସମାଧାନ ହୋଇପାରୁଛି । ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍ କହିଥିଲେ ଯେ ଓଡ଼ିଶାର ଯାଗା ମିଶନ୍ ଆନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିଛି । ଏଥିପାଇଁ ଓଡ଼ିଶାକୁ ବିଶ୍ୱ ବସତି ପୁରସ୍କାର-୨୦୧୮, ଏବଂ ଏସିଆ-ପ୍ରଶାନ୍ତ ଆବାସିକ ପୁରସ୍କାର-୨୦୨୧ ରେ ସମ୍ମାନିତ କରାଯାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଉଷା ସର୍ଭେ ମାଧ୍ୟମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ପ୍ରାୟ ୩୦୦୦ ବସ୍ତି ଚିହ୍ନଟ କରାଯାଇଛି । ଏଥିରେ ପ୍ରାୟ ୧,୬୮,୧୪୧ ବାସଗୃହ ରହିଛି । ଏଥି ମଧ୍ୟରୁ ୭୦,୦୦୦ ଗୃହଙ୍କୁ ଜମି ଅଧିକାର ଏବଂ ୧,୦୩,୩୨୮ ଗୃହଙ୍କୁ ଜମି ପ୍ରମାଣପତ୍ର ଦିଆଯାଇଛି । ଇତି ମଧ୍ୟରେ ୫୫୦ ବସ୍ତିର ବିକାଶ କରି ସେସବୁକୁ ସହରୀ ଜୀବନର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି। ଅବଶିଷ୍ଟ ବସ୍ତିକୁ ଚଳିତ ବର୍ଷ ଶେଷସୁଦ୍ଧା ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

କର୍ମଶାଳାର ଆଲୋଚନାରୁ ଜଣାପଡ଼ିଥିଲା ଯେ ଉଷା ସର୍ଭେ ମାଧ୍ୟମରେ ଚିହ୍ନିତ ବସ୍ତିମାନଙ୍କ ମଧ୍ୟରୁ ୨୫୩ ଟି ବସ୍ତି ୪୫ ଟି ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଛି । ଏହି ବସ୍ତିମାନଙ୍କରେ ଜମି ଅଧିକାର ଏବଂ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏସ୍.ଓ.ପି. ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଶିଶିର କୁମାର ରଥୋ କହିଥିଲେ ଯେ ଏସ୍.ଓ.ପି.କୁ ପରୀକ୍ଷାମୂଳକ ଭାବେ ଢ଼େଙ୍କାନାଳ ପୌର ପରିଷଦ ଅଂଚଳରେ ପ୍ରୟୋଗ କରାଯାଇଥିଲା । ଏହା ପୂର୍ଣ୍ଣମାତ୍ରାରେ ଫଳପ୍ରସୁ ହୋଇଛି । ଏହି ଏସ୍.ଓ.ପି.କୁ ଅନ୍ୟ ସମସ୍ତ ବସ୍ତିର ବିକାଶ ନିକନ୍ତେ ସମୟାନୁବନ୍ଧିତ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଡି.ଏଫ.ଓ ଏବଂ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଏସ୍.ଓ.ପି.କୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟ ଶାସନ ସଚିବ ଢ଼େଙ୍କାନାଳର ଡି.ଏଫ୍.ଓ ଡଃ ପ୍ରକାଶ ଚାନ୍ଦ ଗିଗିନେନୀ, ରେଞ୍ଜ ଅଫିସର ଭୁବନାନନ୍ଦ ମିଶ୍ର ଏକ ପୌରପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ଅତନୁ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଦେଇଥିଲେ ଏବଂ ଅତିରିକ୍ତ ଶାସନ ସଚିବ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ ।
ଜିଲ୍ଲାପାଳ, ଡି.ଏଫ.ଓ. ଏବଂ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+