For Quick Alerts
Turn On Notification  
For Daily Alerts
Oneindia App Download

ସରକାର କରୁଛନ୍ତି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ୍ : ନିଶାମୁକ୍ତ ହେବ ସବୁ କ୍ୟାମ୍ପସ, ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଡ୍ରାଇଭ

ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଡ୍ରଗ ଫ୍ରି ହେବ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ।

|

ଭୁବନେଶ୍ୱର : ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଡ୍ରଗ ଫ୍ରି ହେବ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ସବୁ ଶିକ୍ଷାନୁଷ୍ଠାନ ନିଶାମୁକ୍ତ ହେବା । ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା, NSSର ସମୀକ୍ଷା କରି ଏହି ବିବୃତି ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ନିଶାମୁକ୍ତ କ୍ୟାମ୍ପସ ନେଇ ଖୁବଶୀଘ୍ର ଗାଇଡ ଲାଇନ୍ ଜାରି କରିବ ଉଚ୍ଚ ଶିକ୍ଷା ବିଭାଗ ବୋଲି ଏହି ଅବସରରେ ସେ କହିଛନ୍ତି । ଏଠାରେ ସୂଚନାଥାଉକି, କିଛି ଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଡ୍ରଗ ସଚେତନତା ପ୍ରଥମେ କ୍ୟାମ୍ପସରୁ ଆରମ୍ଭ କରିବାକୁ ଚିଠି ହୋଇଥିଲା ।

ଅରୁଣ ସାହୁ

ରାଜ୍ୟରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ଛାତ୍ରଛାତ୍ରୀ ନିଶାସକ୍ତ ହେଉଛନ୍ତି । ଏହାକୁ ରୋକିବା ଲାଗି କ୍ୟାମ୍ପସରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯିବ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ନିଶା ସେବନ ହାର ଯଥେଷ୍ଟ କମ୍ ରହିଛି । ତଥାପି ଏହି ହାରକୁ ଜିରୋରେ ପହଞ୍ଚାଇବା ପାଇଁ ଏନ୍ଏସ୍ଏସର ସ୍ୱେଚ୍ଛାସେବୀ ମାନେ କ୍ୟାମ୍ପସରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଅରୁଣ । ବର୍ତ୍ତମାନ ରାଜ୍ୟର 21ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଲକ୍ଷ 15 ହଜାର 5ଶହ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି । କ୍ୟାମ୍ପସ ପରିସରରେ ଡ୍ରଗ, ଗୁଟଖା ଆଦି ମାଦକ ଦ୍ରବ୍ୟକୁ ବନ୍ଦ କରିବାକୁ ଏକ ସଚେତନ କାର୍ଯ୍ୟକ୍ରମ କରାଯିବ । ଏନଏସଏସ୍ ସ୍ୱେଚ୍ଛାସେବୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅନୁରୋଧକୁ ପାଳନ କରାଯିବ ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All College and University Campus in Odisha State will be Drug Free Soon
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X