'ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ୍'
ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ୍ । ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।
ଭୁବନେଶ୍ବର: ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ୍ । ଏନେଇ ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ। ବିଭିନ୍ନ ସରକାରୀ ସୂଚନା ଜାଣିବା ପାଇଁ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମୋବାଇଲ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମୋବାଇଲ ମାଧ୍ୟମରେ ଶୀଘ୍ର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଖବର ପହଞ୍ଚିପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସମସ୍ତ ଅଙ୍ଗନୱେଡ଼ି କେନ୍ଦ୍ରରେ SHG ମହିଳା ମାନଙ୍କୁ ସକ୍ରୀୟ କରିବା ପାଇଁ ଏହି ଫୋନ ବଣ୍ଟନ କରାଯିବ। ଏହା ସହିତ ସବୁ ଅଙ୍ଗନଓ୍ୱାଡ଼ି ସେଣ୍ଟରରେ ପିଲାମାନଙ୍କର ହାଇଟ ଏବଂ ଓ୍ୱେଟ ମାପିବା ପାଇଁ ମେସିନ ଦିଆଯିବ। ଆଜିର ବୈଠକରେ ଅଙ୍ଗନଓ୍ୱାଡ଼ି କର୍ମୀ ମାନଙ୍କର ଅନେକ ଅସୁବିଧା ସାମ୍ନାକୁ ଆସିଥିଲା। ଏହି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।












Click it and Unblock the Notifications