Get Updates
Get notified of breaking news, exclusive insights, and must-see stories!

କାଶୀପୁରରେ ଆଦାନି ଗ୍ରୁପ ବସାଇବ ଆଲୁମିନା ରିଫାଇନାରି, ଖର୍ଚ୍ଚ ହେବ ୪୧ ହଜାର କୋଟି

ଆଦାନି ରାୟଗଡ଼ାର କାଶୀପୁରରେ ୪୧,୬୫୩ କୋଟି ଟଙ୍କା ନିବେଶ କରି ବାର୍ଷିକ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରି, ୧୭୫ ମେଗାୱାଟ୍‌ର ଏକ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବ।

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଆଦାନୀ ଗ୍ରୁପ୍ । ଆଲୁମିନା ଓ ସିପିପି ପ୍ଲାଣ୍ଟରେ ନିବେଶ ହେବ ୪୧ ହଜାର ୬୫୩ କୋଟି ଟଙ୍କା ବୋଲି ସୂଚନା ମିଳିଛି ।

Adani Group

ତେବେ ଉଭୟ ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । ସେହିଭଳି କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ । ଏହି ପ୍ରକଳ୍ପଗୁଡ଼ିକ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ‌ଆମୋନିଆ, ଧାତବ ଓ ଆନୁଷଙ୍ଗିକ ଓ ଭିତ୍ତିଭୂମି କ୍ଷେତ୍ରରେ କାର୍ୟ୍ୟକାରୀ ହେବ। ଆଦାନି ଏଣ୍ଟରପ୍ରାଇଜେସ୍‌, ଟାଟା ଷ୍ଟିଲ୍‌, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଓ ରୁଙ୍ଗଟା ମାଇନ୍ସ ଭଳି କଂପାନିର ନିବେଶ ପ୍ରସ୍ତାବଗୁଡ଼ିକୁ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।

ଏହି ବୈଠକରେ ମଞ୍ଜୁର ହୋଇଥିବା ସବୁଠୁ ବଡ଼ ପ୍ରକଳ୍ପ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ସ୍ଥାପନ କରିବ। ଆଦାନି ରାୟଗଡ଼ାର କାଶୀପୁରରେ ୪୧,୬୫୩ କୋଟି ଟଙ୍କା ନିବେଶ କରି ବାର୍ଷିକ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରି, ୧୭୫ ମେଗାୱାଟ୍‌ର ଏକ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୭୭୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଟାଟା ଷ୍ଟିଲ୍‌ ଲିମିଟେଡ୍‌ (ଗ୍ରୋଥ୍‌ ସପ୍‌) ରାଜ୍ୟରେ ୧୦୦୦ କୋଟି ଟଙ୍କା ନିବେଶ କରି ୬୦,୦୦୦ ଏମ୍‌ଟିର ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକ୍‌ଚର୍‌ ଓ ୬୦୦୦ ଏମ୍‌ଟିର ଇସ୍ପାତ କାରଖାନା ଉପକରଣ ବ୍ୟବସ୍ଥା ସ୍ଥାପନ କରିବ। ରିନିଉ ଇଫୁଏଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ ଜଗସିଂହପୁରର ପାରାଦୀପରେ ୨୦୦୦ କୋଟି ଟଙ୍କା ନିବେଶରେ ଏକ ୨୦ କେଟିପିଏ କ୍ଷମତାର ଗ୍ରିନ୍ ହାଇଡ୍ରୋଜେନ୍ ଓ ୧୦୦ କେଟିପିଏ କ୍ଷମତାର ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ।

ଯାଜପୁରର କଳିଙ୍ଗନଗରରେ ଏକ ୨.୫ ଏମ୍‌ଟିପିଏ କ୍ଷମତାର ଇସ୍ପାତ କାରଖାନା ଓ ୩୭୦ ମେଗାୱାଟ୍‌ର କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ (ସିପିପି) ସ୍ଥାପନ କରିବାରେ ଓଡ଼ିଶା ଆଲୟ ଷ୍ଟିଲ୍ ୮୦୦୦ କୋଟି ଟଙ୍କା ନିବେଶ କରିବ। ଭଦ୍ରକର ଧାମରାରେ ସୋମପୁରୀ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ ୭୮୧୧ କୋଟି ଟଙ୍କା ନିବେଶରେ ୨୪ ଏମ୍‌ଟିପିଏର ପେଲେଟ୍‌ କାରଖାନା ଓ ୬ ଏମ୍‌ଟିପିଏ୍‌ର ଫିଲ୍‌ଟର କେକ୍‌ ବ୍ୟବସ୍ଥା ସ୍ଥାପନ କରିବ। ଏହା ବ୍ୟତୀତ କେନ୍ଦୁଝରର ଦେଓଝରରେ ୩୦ ଏମ୍‌ଟିପିଏ ସ୍ଲରି ପାଇପ୍‌ଲାଇନ୍ ଓ ୩୦ ଏମ୍‌ଟିପିଏ ବେନିଫିକେସନ କାରଖାନା ସ୍ଥାପନ ଲାଗି କଂପାନି ଯଥାକ୍ରମେ ୪୫୯୨.୧୮ ‌କୋଟି ଟଙ୍କା ଓ ୩୬୭୪ କୋଟି ଟଙ୍କା ନିବେଶ କରିବ ବୋଲି ଆଜିର ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।

ସେହିପରି, ଆରତୀ ଷ୍ଟିଲ୍‌ସ ଲିମିଟେଡ୍‌, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଓ ରୁଙ୍ଗ୍‌ଟା ମେଟାଲ୍‌ସର ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି। ଆରତୀ ଷ୍ଟିଲ୍‌ସ ୩୦୦୦ କୋଟି ଟଙ୍କା ନିବେଶ କରି କଟକର ଆଠଗଡ଼ ସ୍ଥିତ କାରଖାନାର ସମ୍ପ୍ରସାରଣ କରିବ। ଏହି ପ୍ରକଳ୍ପ ଜରିଆରେ କଂପାନି ଅଟୋମୋବାଇଲ୍ ଉପକରଣ ପାଇଁ କଞ୍ଚାମାଲ ନିର୍ମାଣ କରିବ। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ କେନ୍ଦୁଝରର ଡାଲ୍‌କିରେ ୧୪୯୦ କୋଟି ଟଙ୍କା ବିନିଯୋଗରେ ୬ ଏମ୍‌ଟିପିଏ କ୍ଷମତାର ଏକ ବେନିଫିକେସନ ପ୍ଲାଣ୍ଟ୍‌ ଓ ୧୨ ଏମ୍‌ଟିପିଏର ସ୍ଲରି ପାଇପ୍‌ଲାଇନ୍ ସ୍ଥାପନ କରିବ। ରୁଙ୍ଗଟା ମେଟାଲ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୪୦୦ କୋଟି ଟଙ୍କା ନିବେଶରେ ମୟୂରଭଞ୍ଜର ରାଇରଙ୍ଗପୁରଠାରେ ଏକ ୦.୫ ଏମ୍‌ଟିପିଏ କ୍ଷମତାର ଇସ୍ପାତ କାରଖାନା ସ୍ଥାପନ କରାଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+