ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟ ପାଇଁ ମଡେଲ୍ ସାଜିଛି
ଭୁବନେଶ୍ବର: ଓଡିଶା ବିପର୍ଯୟ ପ୍ରଶମନ କର୍ତୃପକ୍ଷଙ୍କ ଠାରୁ ବିପର୍ଯୟ ପରିଚାଳନା ସମ୍ବନ୍ଧରେ ଜ୍ଞାନ ହାସଲ ପାଇଁ ମହାରାଷ୍ଟ୍ରରୁ ଆସିଛନ୍ତି ଏକ ୫୦ ଜଣିଆ ପ୍ରତିନିଧି ଦଳ। ମହାରାଷ୍ଟ୍ର ରାୟଗଡ ଜିଲ୍ଲାରୁ ଆସିଥିବା ଏହି ୫୦ ଜଣିଆ କ୍ଷେତ୍ରୀୟ ଅଧିକାରୀମାନେ ତିନିଦିନ ଧରି ତାଲିମ ପ୍ରାପ୍ତ କରିବେ ଓସଡମା ଠାରୁ । ଏହି ପ୍ରଶିକ୍ଷଣ ଶିବିରକୁ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ତଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ମିଳିତ ଭାବେ ପରିଚାଳନା କରୁଛନ୍ତି ।

ଏଆମ ରାଜ୍ୟ ପ୍ରତି ବର୍ଷ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହୋଇଆସୁଛିା ଆମ ରାଜ୍ୟ ୧୯୯୯ ମସିହାର ଭୟାବହ ମହାବାତ୍ୟାରୁ ଆରମ୍ଭ କରି ସମସ୍ତ ବାତ୍ୟା ଓ ବନ୍ୟାଜନିତ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଆସିଛିା ତେଣୁ ଆମ ରାଜ୍ୟକୁ ଅନୁସରଣ କରି ଅନ୍ୟ ରାଜ୍ୟର ଉଚ୍ଚ ପଦାଧି କାରୀମାନେ ବିପର୍ଯ୍ୟୟ ମୁକାବିଲା କରିବାର ଜ୍ଞାନକୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ନେବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତିା ପୂର୍ବରୁ ୨୦୨୧ ସେପେଫମ୍ବର ମାସରେ ମଧ୍ୟ ବିଭିନ୍ନ ତଟବର୍ତ୍ତୀ ରାଜ୍ୟର ପ୍ରାୟ ୩୦ ଜଣ ଉଚ୍ଚ ପଦସ୍ଥ ଅଧି କାରୀଙ୍କ ନିମନ୍ତେ ଏହି ଭଳି ଏକ ପ୍ରଶିକ୍ଷଣ ଶିବିର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପ୍ରତିଷ୍ଠାନରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ପ୍ରଶିକ୍ଷଣ ନେଉଥିବା ଅଧି କାରୀମାନେ କ୍ଷେତ୍ରୀୟ ପ୍ରଶିକ୍ଷଣ ନିମନ୍ତେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମଟି ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ, ଡ. ଜ୍ଞାନରଞ୍ଜନ ଦାସ, ନିର୍ଦ୍ଦେଶକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଡ. କମଳ ଲୋଚନ ମିଶ୍ର, ଜିଲ୍ଲାପାଳ, ନବରଙ୍ଗପୁର, ସୁନୀଲ କୁମାର ସାହୁ, ମେଘନାଦ ବେହେରା, ଏସ୍ଏମ୍ ଆଣ୍ଡ ସିଆଇ ଏକ୍ସପର୍ଟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା।












Click it and Unblock the Notifications