Get Updates
Get notified of breaking news, exclusive insights, and must-see stories!

ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର ।

ଭୁବନେଶ୍ୱର: ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର ।

KALIA Scheme

ଏଥିପାଇଁ ମୋଟ ୮ ଶହ ୬୯ କୋଟି ଟଙ୍କା ଖର୍ଚ୍ଚ କରଯିବ । ଏହା ଦ୍ୱାରା ରାଜ୍ୟରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ । କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ କିଛି ଭୂମିହୀନଙ୍କୁ ମିଳିବ କାଳିଆ ସହାୟତା ରାଶି । ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା ।

ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଁଖାଇରେ ୮ମ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର । ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ 'କାଳିଆ' ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+