185 ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ନିଯୁକ୍ତି ଦେଇଛନ୍ତି ଷ୍ଟାଫ୍ ସିଲେକ୍ସନ କମିଶନ
ଆଜି 185 ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ରାଜ୍ୟ ସରକାର ରୋଜଗାର ପ୍ରଦାନ କରିଛନ୍ତି । ଏହି ସମସ୍ତଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗ ନିଯୁକ୍ତ କରିଛନ୍ତି।
ଭୁବନେଶ୍ୱର: ଆଜି 185 ଜୁନିଅର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗୃହ ବିଭାଗରେ ରାଜ୍ୟ ସରକାର ରୋଜଗାର ପ୍ରଦାନ କରିଛନ୍ତି । ଏହି ସମସ୍ତଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗ ନିଯୁକ୍ତ କରିଛନ୍ତି।

ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶାସନର କାର୍ଯ୍ୟକାରିତା ପାଇଁ ତଥ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଷ୍ପତ୍ତିଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା ଏବଂ ସେବା ପ୍ରଦାନ ପାଇଁ ତଥ୍ୟ ସୃଷ୍ଟି, ସଂରକ୍ଷଣ, ଏବଂ ସ୍ଥାନାନ୍ତର ଜରୁରୀ ଅଟେ।
ନୂତନ ନିଯୁକ୍ତିକୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାଟା ଏଣ୍ଟ୍ରି ଅପରେଟର ଭାବରେ ସେମାନେ ପ୍ରଶାସନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। କାରଣ ଅଧିକାଂଶ ନୂତନ ନିଯୁକ୍ତିରେ ଆଇଟିରେ ଉଚ୍ଚ ଯୋଗ୍ୟତା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି । ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ 5T ଅଭିଯାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଟେକ୍ନୋଲୋଜି ଏବଂ ସମୟ।












Click it and Unblock the Notifications