Get Updates
Get notified of breaking news, exclusive insights, and must-see stories!

ଗୋଟିଏ କ୍ଲିକରେ ମିଳିବ ସମସ୍ତ ସେବା : ୫ଟି ଅଧିନରେ ଉପକୃତ ହେବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ୍‌ଲାଇନ ଜରିଆରେ ୧୧ ପ୍ରକାର ସେବାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ୍‌ଲାଇନ ଜରିଆରେ ୧୧ ପ୍ରକାର ସେବାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ।

ତେବେ ୫-ଟି ଅଧିନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ୧୧ଟି ଅନ୍‌ଲାଇନ ସେବା ଗୁଡିକ ହେଲା - (୧) ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପଞ୍ଜୀକରଣ ପ୍ରମାଣ ପତ୍ର, (୨) ମୂଲ୍ୟ ଚୁକ୍ତି ପ୍ରମାଣପତ୍ର, (୩) ପ୍ରୟୋଗଶାଳା ମାନ ପରୀକ୍ଷାର ବିବରଣୀ, (୪) ରପ୍ତାନୀ ପ୍ରୋତ୍ସାହନ ସହାୟତା, (୫) ଅଣୁ, କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରମାଣ ପତ୍ର ନବୀକରଣ, (୬) ଯୋଗାଣ ପୂର୍ବ ଓ ଯୋଗାଣ ପର ନିରୀକ୍ଷଣ ସେବା, (୭) ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ ସୁପାରିଶ, (୮) ଓଡିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ବାରା ଖଦୀ ଉଦ୍ୟୋଗ ମାନଙ୍କୁ ଦିଆଯାଉଥିବା ରିହାତି, (୯) ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଦ୍ବାରା ବିଭିନ୍ନ ବିଭାଗ ମାନଙ୍କୁ ବ୍ୟବସାୟିକ ସଂଗଠନ ମାଧ୍ୟମରେ ସାମଗ୍ରୀ ଯୋଗାଣ, (୧୦) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଦିଆଯାଉଥିବା ବକେୟା ନ ଥିବା ପ୍ରମାଣପତ୍ର ଏବଂ (୧୧) ଓଡିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ୱାନ ଟାଇମ ସେଟେଲମେଣ୍ଟ ବ୍ୟବସ୍ଥା ।
ଏହିସବୁ ସେବା ଗୁଡିକ odishamsme.nic.in ରେ ଉପଲବ୍ଧ ହେବ । ଉଦ୍ୟୋଗୀମାନେ ସରକାରୀ ଦପ୍ତରକୁ ନ ଆସି, ନିଜ ସୁବିଧା ଅନୁସାରେ ଅନ୍‌ଲାଇନରେ ବିଭିନ୍ନ ସରକାରୀ ସେବା ଓ ସୁଯୋଗ ଗୁଡିକର ଲାଭ ପାଇପାରିବେ ।

ମୁଖ୍ୟମନ୍ତ୍ରୀ

କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି । ତେଣୁ ଏହିସବୁ ଶିଳ୍ପ ଗୁଡିକର ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆମର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ଅତ୍ୟନ୍ତ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସରକାର ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ । ତେବେ କରୋନା ମହାମାରୀ ସତ୍ତ୍ବେ ଓଡିଶାରେ ଗତ ୧୦ ମାସ ମଧ୍ୟରେ ୧,୧୭,୦୦୦ କୋଟି ଟଙ୍କାର ପୁଞ୍ଜି ଆଣିବାରେ ଓଡିଶା ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ବାରା ୫୩ ହଜାରରୁ ଅଧିକ ଯୁବକଯୁବତୀ ମାନଙ୍କ ପାଇଁ କର୍ମ ନିଯୁକ୍ତି ହୋଇପାରିଛି । କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗୀମାନେ ଯେପରି ସରକାରଙ୍କର ବିଭିନ୍ନ ଯୋଜନାର ସୁବିଧା ନେଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ।

ସେହିପରି ଭିସି ଯୋଗେ ଉପସ୍ଥିତ ଥିବା ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଅନୁଯାୟୀ କରୋନା ସମୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଏହି ବର୍ଗର ଶିଳ୍ପ ଗୁଡିକୁ ଚଳଚଞ୍ଚଳ କରିବା ଏବଂ ଶ୍ରମିକ ବର୍ଗଙ୍କ ରୋଜଗାରର ସୁବିଧା ପାଇଁ ପ୍ରତିଶୃତିବଦ୍ଧ ହୋଇ କାମ କରୁଛି । ଆଜିର ଅନ୍‌ଲାଇନ ସେବା ଗୁଡିକର ସୁଯୋଗ ନେବା ପାଇଁ ସେ ଶିଳ୍ପ ସଂସ୍ଥା ମାନଙ୍କୁ ଅନୁରୋଧ କରିଥିଲେ।

ତେବେ କାର୍ଯ୍ୟକ୍ରମରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ଖଦୀ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ପାଇକରାୟ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+