ଆମିରଙ୍କୁ ଫଲୋ କରୁଛନ୍ତି ବିଜୟ !
ନୂଆ ପୋଷ୍ଟରକୁ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରୁଥିବା ବେଳେ କିଛି ବିଜୟଙ୍କର ଏହି ଲୁକକୁ ପିକେ ଫିଲ୍ମରେ ଆମିର ଖାନଙ୍କ ଲୁକ ସହ ତୁଳନା କରୁଛନ୍ତି ।
ମୁମ୍ବାଇ : ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ଆଗାମୀ ଫିଲ୍ମ ଲାଇଗରର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ବିଜୟ ନଗ୍ନ ଅବସ୍ଥାରେ ନଜର ଆସିଛନ୍ତି । ଏହି ପୋଷ୍ଟର ଆସିବା ପରଠାରୁ ବିଜୟ ଟ୍ୱିଟରରେ ଟ୍ରେଣ୍ଡ କରିବା ସହ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ।
ତାଙ୍କର ଏହି ନୂଆ ପୋଷ୍ଟରକୁ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରୁଥିବା ବେଳେ କିଛି ବିଜୟଙ୍କର ଏହି ଲୁକକୁ ପିକେ ଫିଲ୍ମରେ ଆମିର ଖାନଙ୍କ ଲୁକ ସହ ତୁଳନା କରୁଛନ୍ତି ।

ସୋସଶାଲ ମିଡିଆରେ ନୂଆ ପୋଷ୍ଟର ସେୟାର କରି ବିଜୟ ଦେବରାକୋଣ୍ଡା ଲେଖିଛନ୍ତି, "ଏକ ଚଳଚ୍ଚିତ୍ର ଯାହା ମୋର ସବୁକିଛି ନେଇଛି ।
ମାନସିକ ,ଶାରୀରିକ ସ୍ତରରେ ମୋ ପାଇଁ ଏହା ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ରହିଛି । ମୁଁ ଆପଣଙ୍କୁ ସବୁକିଛି ଦେଉଛି । ଶୀଘ୍ର ଆସୁଛି # LIGER।" ବିଜୟ ଦେଭେରାକୋଣ୍ଡା ଏବଂ ଲାଇଗର ହ୍ୟାସଟ୍ୟାଗ ସହିତ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।
ତେବେ ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ପ୍ରଡକ୍ସନ୍ ଲାଇଗର ରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ପ୍ରଥମ ଥର ବିଜୟ -ଅନନ୍ୟାଙ୍କ କେମେଷ୍ଟ୍ରି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରଟି ହିନ୍ଦୀ , ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ । ଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସୁଟ୍ ହୋଇଥିବା ଲାଇଗର୍ ୨୫ ଅଗଷ୍ଟ ୨୦୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications