For Quick Alerts
Turn On Notification  
For Daily Alerts
Oneindia App Download

ଆମିରଙ୍କୁ ଫଲୋ କରୁଛନ୍ତି ବିଜୟ !

ନୂଆ ପୋଷ୍ଟରକୁ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରୁଥିବା ବେଳେ କିଛି ବିଜୟଙ୍କର ଏହି ଲୁକକୁ ପିକେ ଫିଲ୍ମରେ ଆମିର ଖାନଙ୍କ ଲୁକ ସହ ତୁଳନା କରୁଛନ୍ତି ।

|

ମୁମ୍ବାଇ : ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ଆଗାମୀ ଫିଲ୍ମ ଲାଇଗରର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ବିଜୟ ନଗ୍ନ ଅବସ୍ଥାରେ ନଜର ଆସିଛନ୍ତି । ଏହି ପୋଷ୍ଟର ଆସିବା ପରଠାରୁ ବିଜୟ ଟ୍ୱିଟରରେ ଟ୍ରେଣ୍ଡ କରିବା ସହ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ।

ତାଙ୍କର ଏହି ନୂଆ ପୋଷ୍ଟରକୁ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରୁଥିବା ବେଳେ କିଛି ବିଜୟଙ୍କର ଏହି ଲୁକକୁ ପିକେ ଫିଲ୍ମରେ ଆମିର ଖାନଙ୍କ ଲୁକ ସହ ତୁଳନା କରୁଛନ୍ତି ।

Vijay Deverakonda- Aamir khan

ସୋସଶାଲ ମିଡିଆରେ ନୂଆ ପୋଷ୍ଟର ସେୟାର କରି ବିଜୟ ଦେବରାକୋଣ୍ଡା ଲେଖିଛନ୍ତି, "ଏକ ଚଳଚ୍ଚିତ୍ର ଯାହା ମୋର ସବୁକିଛି ନେଇଛି ।
ମାନସିକ ,ଶାରୀରିକ ସ୍ତରରେ ମୋ ପାଇଁ ଏହା ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ରହିଛି । ମୁଁ ଆପଣଙ୍କୁ ସବୁକିଛି ଦେଉଛି । ଶୀଘ୍ର ଆସୁଛି # LIGER।" ବିଜୟ ଦେଭେରାକୋଣ୍ଡା ଏବଂ ଲାଇଗର ହ୍ୟାସଟ୍ୟାଗ ସହିତ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

ତେବେ ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ପ୍ରଡକ୍ସନ୍ ଲାଇଗର ରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ପ୍ରଥମ ଥର ବିଜୟ -ଅନନ୍ୟାଙ୍କ କେମେଷ୍ଟ୍ରି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରଟି ହିନ୍ଦୀ , ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ । ଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସୁଟ୍ ହୋଇଥିବା ଲାଇଗର୍ ୨୫ ଅଗଷ୍ଟ ୨୦୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Vijay Deverakonda's 'Liger' : Is Vijay Deverakonda following Aamir Khan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X