'ମୋର ଚୟନ ଭୁଲ୍ ଥିଲା, ମତେ ମୁଁ ପସନ୍ଦ କରୁଥିବା ଜିନିଷକୁ ବାଛିବାର ଥିଲା':ସୁଶାନ୍ତଙ୍କ ହାତ ଲେଖା ଚିଠି ସେୟାର କଲେ ଭଉଣୀ ଶ୍ୱେତା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସାତ ମାସ ପୂର୍ତ୍ତିଦିନ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ବୁଧବାର ଇଣ୍ଟରନେଟ ସୋଶାଲ୍ ମିଡ଼ିଆରେ ସୁଶାନ୍ତଙ୍କର ଏକ ହାତ ଲେଖା ଚିଠି ସେୟାର କରିଛିନ୍ତି । ଯାହାକୁ ପଢି ସୁଶାନ୍ତଙ୍କ ପ୍ରଶଂସକ ଭାବପ୍ରବଣ ହୋଇ ଆଖିରେ ଲୁହ ଆସିଯିବ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସାତ ମାସ ପୂର୍ତ୍ତିଦିନ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ବୁଧବାର ଇଣ୍ଟରନେଟ ସୋଶାଲ୍ ମିଡ଼ିଆରେ ସୁଶାନ୍ତଙ୍କର ଏକ ହାତ ଲେଖା ଚିଠି ସେୟାର କରିଛିନ୍ତି । ଯାହାକୁ ପଢି ସୁଶାନ୍ତଙ୍କ ପ୍ରଶଂସକ ଭାବପ୍ରବଣ ହେବା ସହ ଆଖିରେ ଲୁହ ଆସିଯିବ । ସୋଶାଲ୍ ମିଡ଼ିଆରେ ସେ ସେୟାର ହୋଇଥିବା ସୁଶାନ୍ତଙ୍କ ଏହି ହାତ ଲେଖା ଚିଠିରେ ସେ ଲେଖଥିଲେ ଯେ, "ମୁଁ ଭାବୁଛି ଯେ ମୁଁ ମୋ ଜୀବନର 30 ବର୍ଷ ବିତାଇଛି, କିଛି ହେବାକୁ ଚେଷ୍ଟା କରିଥିଲି । ମୁଁ କିଛି ଜିନିଷରେ ଭଲ ହେବାକୁ ଚାହୁଁଥିଲି, ମୁଁ ମୋ ଦୃଷ୍ଟି କୋଣରୁ ଟେନିସ୍, ସ୍କୁଲ୍ ଏବଂ ଗ୍ରେଡ୍ ରେ ଭଲ ହେବାକୁ ଚାହୁଁଥିଲି । ଯଦିଓ ମୁଁ କିଛି ଭଲ ଜିନିଷ ପାଇଛି, ତଥାପି ତାହା ମୋ ପାଇଁ ଠିକ୍ ନୁହଁ । ମୁଁ ଅନୁଭବ କଲି ଯେ, ମୋର ଏହି ଚୟନ ଭୁଲ୍ ଥିଲା, ମତେ ମୁଁ ପସନ୍ଦ କରୁଥିବା ଜିନିଷକୁ ବାଛିବାର ଥିଲା ।"

ଏହି ପୋଷ୍ଚରେ କ୍ୟପସନ୍ ଦେଇ ଶ୍ୱେତା ଲେଖିଛନ୍ତି, "ଭାଇଙ୍କ ଦ୍ୱାରା ଲିଖିତ...# ଫରଏଭର ସୁଶାନ୍ତ "

ଏହି ପୋଷ୍ଟ ସେୟାର ହେବା ପରେ ସୁଶାନ୍ତଙ୍କ ପ୍ରଶଂସକ ମାନେ ଭାବପ୍ରବଣ ହୋଇ ନିଜର ପ୍ରିୟ ଅଭିନେତାଙ୍କ ପ୍ରତି ଥିବା ଭଲପାଇବା ଓ ସ୍ନେହର କମେଣ୍ଟ ପୋଷ୍ଟ କରିଥିଲେ ।

sushant-singh-rajput

କିଛି ଦିନ ପୂର୍ବରୁ ଶ୍ୱେତା ତାଙ୍କ ସାନଭାଇଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ । ସେ ନ୍ୟାୟ ଦାବି କରି ଜୀବନ ଏବଂ ମୃତ୍ୟୁ ବିଷୟରେ ଏକ ଉଦ୍ଧୃତ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, "ଆମେ ଜୀବନ ପାଇଥାଉ କି ନାହିଁ, ତାହା ଭାଗ୍ୟର ବିଷୟ । ଆମେ କେବେ ଏବଂ କେଉଁଠାରେ ମରିବା, ଏହା ସମୟ ଉପରେ ନିର୍ଭର କରେ, କିନ୍ତୁ ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ସ୍ମରଣୀୟ ହୋଇ ରହନ୍ତି ତାହା ସେମାନଙ୍କର କର୍ମରୁ ପ୍ରତିଫଳିତ ହୁଏ । "

ସୂଚନାଯୋଗ୍ୟ, ଗତ ବର୍ଷ ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ । ଏହି ଜାନୁଆରୀ 14 ତାଙ୍କର ଦେହାନ୍ତ ହେବାର ସାତ ମାସ ହେବ । ତଥାପି ତାଙ୍କ ମୃତ୍ୟୁ ମାମଲା ଏବେ ବି ସିବିଆଇ ଏବଂ ଏନସିବି ଦ୍ୱାରା ଯାଞ୍ଚ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+