For Quick Alerts
Turn On Notification  
For Daily Alerts
Oneindia App Download

ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର କମଲ ହାସନ

ଦକ୍ଷିଣ ଚଳଚ୍ଚିତ୍ରର ମେଗା ତାରକା କମଲ ହାସନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ଏହା ପରେ ତାଙ୍କୁ 23 ନଭେମ୍ବରରେ ଶ୍ରୀ ରାମଚନ୍ଦ୍ର ମେଡିକାଲରେ ଭର୍ତ୍ତି କରାଯାଇଛି ।

|

ଚେନ୍ନାଇ : ଦକ୍ଷିଣ ଚଳଚ୍ଚିତ୍ରର ମେଗା ତାରକା କମଲ ହାସନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ଏହା ପରେ ତାଙ୍କୁ 23 ନଭେମ୍ବରରେ ଶ୍ରୀ ରାମଚନ୍ଦ୍ର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ ତାଙ୍କୁ ଜ୍ୱର ହୋଇଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । କୁହାଯାଉଛି ଯେ ଡାକ୍ତରମାନେ ତାଙ୍କୁ ଆଗାମୀ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ସେ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ।

Kamal Haasan

ସୂଚନା ଅନୁଯାୟୀ, ଦକ୍ଷିଣୀ ଚଳଚ୍ଚିତ୍ରର ଭେଟେରାନ୍ ଅଭିନେତା କମଲ ହାସନ ବର୍ତ୍ତମାନ ବିଗ୍ ବସ୍ ତାମିଲ ସିଜନ 6 ର ହୋଷ୍ଟିଂ କରୁଛନ୍ତି । ସେ ଗତ 6 ଟି ସିଜିନ ଧରି ଏହି ଶୋ'ରେ ଆଙ୍କରିଂ କରିଆସୁଛନ୍ତି ଏବଂ ଏହା ତାମିଲରେ ଏକ ଲୋକପ୍ରିୟ ରିଆଲିଟି ସୋ ଅଟେ । ଅନ୍ୟପକ୍ଷରେ, ନଭେମ୍ବର 23 ରେ, ଏହି ସୋ'ର ସୁଟିଂ ସମୟରେ କମଲ ହାସନ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କର ସାମାନ୍ୟ ଜ୍ୱର ମଧ୍ୟ ହୋଇଥିଲା । ହାଇଦ୍ରାବାଦରୁ ଫେରିବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିଥିଲେ ଏବଂ ସୁସ୍ଥ ହେବା ପାଇଁ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଶନିବାର କମଲ ହାସନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
south superstar kamal haasan Admitted To Hospital In Chennai Due To Illness
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X