ବିବାହ ବନ୍ଧନରେ ବାନ୍ଧିହେବେ ପାଗଳପ୍ରେମୀ - ଚକଲେଟ୍ ହିରୋଇନ୍ ଅର୍ଚ୍ଚିତା
ବିବାହ ବନ୍ଧରେ ବାନ୍ଧିହେବେ ଓଲିଉଡର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା । ଆଜି (ସୋମବାର) ରାଜସ୍ଥାନରେ ହେବ ସେମାନଙ୍କର ବାହାଘର । ଏନେଇ ସବ୍ୟସାଚୀ ସୋଶାଲ୍ ମିଡ଼ିଆରେ ସୂଚନା ଦେଇଥିଲେ ।
ଭୁବନେଶ୍ୱର : ବିବାହ ବନ୍ଧରେ ବାନ୍ଧିହେବେ ଓଲିଉଡର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା । ଆଜି (ସୋମବାର) ରାଜସ୍ଥାନରେ ହେବ ସେମାନଙ୍କର ବାହାଘର । ଏନେଇ ସବ୍ୟସାଚୀ ସୋଶାଲ୍ ମିଡ଼ିଆରେ ସୂଚନା ଦେଇଥିଲେ । ଏହା ପୂର୍ବରୁ ସବ୍ୟ-ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଛି । ବାହାଘର ସମ୍ପର୍କରେ ଦୁଇଜଣ ସେଲିବ୍ରିଟି ସୋଶାଲ୍ ମିଡ଼ିଆରେ ପୋଷ୍ଟ କରିବା ସହ ସମସ୍ତଙ୍କର ଆଶୀର୍ବାଦ ଲୋଡ଼ିଛନ୍ତି ।

ଅଭିନେତା ସବ୍ୟସାଚୀ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ସୁଖ ଓ ଦୁଃଖ ର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ । ଆସନ୍ତାକାଲି ଆମର ବାହାଘର । ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ🙏 - ସବ୍ୟଅର୍ଚ୍ଚିତା '
ସୁଖ ଓ ଦୁଃଖ ର ନାମ ଜୀବନ।ଅନେକ ଥର ଲାଗେ, ସବୁକିଛି ସରିଗଲା।ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ।ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା।ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ।
— SABYASACHI MISHRA 🇮🇳 (@sabyaactor) February 28, 2021
ଆସନ୍ତାକାଲି ଆମର ବାହାଘର।ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ🙏 - ସବ୍ୟଅର୍ଚ୍ଚିତା#Sabyarchita pic.twitter.com/tuSFR8ZAnV
ଏନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା । 2013 ମସିହାରେ ସବ୍ୟସାଚୀଙ୍କ ଛାଡ଼ପତ୍ର ପରେ ଏହି ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏହାକୁ ଦୁଇଜଣ ଖଣ୍ଡନ କରି ଆସୁଥିଲେ ।
ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ଓଲିଉଡ୍ ଚଳଚ୍ଚିତ୍ର 'ପିଲାଟା ବିଗିଡ଼ି ଗଲା', 'ସ୍ମାଇଲ୍ ପ୍ଲିଜ୍','ମୁଁ ଏକା ତୁମର','ମୁଁ ସ୍ୱପ୍ନର ସୌଦାଗର','ପାଗଳ କରିଛି ପାଉଁଞ୍ଜି ତୋର','କୋଉ ଦୁନିଆରୁ ଆସିଲ ବନ୍ଧୁ','ତୋର ମୋର ଯୋଡ଼ି ସୁନ୍ଦର','କେବେ ତୁମେ ନାହଁ କେବେ ମୁଁ ନାହିଁ' ଚଳଚ୍ଚିତ୍ରରେ ଏକାଠି ନଜର ଆସିଛନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications