Get Updates
Get notified of breaking news, exclusive insights, and must-see stories!

Golden Globes 2023: RRR ଚଳଚ୍ଚିତ୍ରର 'ନାଟୁ-ନାଟୁ' ଗୀତକୁ ମୌଳିକ ଗୀତ ପୁରସ୍କାର

ଇତିହାସ ରଚିଲା ଏସ୍ ରାଜାମୌଳିଙ୍କ RRR ଫିଲ୍ମ । ଏହି ଫିଲ୍ମର ନାଟୁ-ନାଟୁ ଗୀତକୁ ଗୋଲ୍ଡେନ୍ ଗ୍ଲୋବ୍ସ 2023 ପୁରସ୍କାର ମିଳିଛି । Golden Globes 2023 ପକ୍ଷରୁ ‘ନାଟୁ ନାଟୁ' ଗୀତ ଶ୍ରେଷ୍ଠ ମୌଳିକ ଗୀତର ପୁରସ୍କାର ଲାଭ କରିଛି ।

Golden Globes 2023 : ଇତିହାସ ରଚିଲା ଏସ୍ ରାଜାମୌଳିଙ୍କ RRR ଫିଲ୍ମ । ଏହି ଫିଲ୍ମର ନାଟୁ-ନାଟୁ ଗୀତକୁ ଗୋଲ୍ଡେନ୍ ଗ୍ଲୋବ୍ସ 2023 ପୁରସ୍କାର ମିଳିଛି । Golden Globes 2023 ପକ୍ଷରୁ 'ନାଟୁ ନାଟୁ' ଗୀତ ଶ୍ରେଷ୍ଠ ମୌଳିକ ଗୀତର ପୁରସ୍କାର ଲାଭ କରିଛି । ଆମେରିକାର କାଲିଫର୍ନିଆର ବୱର୍ଲି ହିଲ୍ସରେ ଆୟୋଜିତ Golden Globes 2023 କାର୍ଯ୍ୟକ୍ରମରେ RRR ଚଳଚ୍ଚିତ୍ରର ନାଟୁ-ନାଟୁ ଗୀତ ଏହି ସମ୍ମାନ ପାଇଛି । ଏହା ପରେ ଜୁନିଅର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟ ଆରଆରଆର ଚଳଚ୍ଚିତ୍ରର ଗୀତକୁ ଶ୍ରେଷ୍ଠ ମୂଳ ଗୀତ ପୁରସ୍କାର ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

RRR

ଫିଲ୍ମ RRR ପୂର୍ବରୁ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ଚଳଚ୍ଚିତ୍ରଟି ଶ୍ରେଷ୍ଠ ବିଦେଶୀ ଭାଷା ବର୍ଗରେ ଚୟନ ହୋଇଛି । ଫିଲ୍ମର ଗୀତ ଶ୍ରେଷ୍ଠ ମୂଳ ଗୀତ ପାଇଁ ପୁରସ୍କାର ପାଇବା ସମୟରେ ଜୁନିଅର ଏନଟିଆର, ରାମଚରନ୍ ଏବଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏସ୍ ରାଜାମୌଳି ଉପସ୍ଥିତ ଥିଲେ ।

ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ଟେୟଲ୍ ସିଫ୍ଟର ଗୀତ Where The Crawdads Sing, ସିଆଓ ପାପାର ଗୀତ Toro's Pinocchio, ଲେଡି ଗାଗାର ଗୀତ Hold My Hand ଥିଲା । ଏହି ସବୁ ଗୀକତ ମଧ୍ୟରୁ ଫିଲ୍ମ RRR ର ନାଟୁ ନାଚୁ ଗୀତ ଶ୍ରେଷ୍ଠ ମୌଳିକ ଗୀତର ମାନ୍ୟତା ପାଇଛି । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ, ଅଜୟ ଦେବଗନ, ବ୍ରିଟିଶ ଅଭିନେତା ରାଇ ଷ୍ଟିଭେନ୍ସନ୍, ଆଲିସନ୍ ଡୁଡି, ଅଲିଭିଆ ମୋରିସ୍ ମଧ୍ୟ ଅଭିନୟ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମ RRR 1200 କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+