ବନ୍ଧା ହେଲେ ଅଭିନେତ୍ରୀ ମୌସୁମୀ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ହୋଇଛନ୍ତି ଗିରଫ । ମୌସୁମୀଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି । ଗିରଫ ପରେ ମୌସୁମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏହି ବିବାଦ ପଛରେ 5 ଲକ୍ଷ 80 ହଜାର ଟଙ୍କାର କାରବାର ହୋଇଥିବା କୁହାଯାଉଛି ।

Mousumi Nayak

ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲେଖିକାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ ବୋଲି ଅଭିଯୋଗ ରହିଛି । ତେବେ ବିବାଦ ପଛରେ ଉଭୟ ପକ୍ଷଙ୍କ ମଧ୍ୟରେ 5 ଲକ୍ଷ 80 ହଜାର ଟଙ୍କାର କାରବାର ବୋଲି ଜଣାପଡିଛି । ଟ୍ରେଡିଂ ପାଇଁ ଅଭିନେତ୍ରୀ ଜଣଙ୍କ ଲେଖିକାଙ୍କୁ ପଇସା ଦେଇଥିଲେ । ହେଲେ ପଇସା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ବିବାଦ ତେଜିଥିଲା । ଏହି ସମୟରେ ଅଭିନେତ୍ରୀ ଜଣଙ୍କ ଲେଖିକାଙ୍କ ବିରୋଧରେ ସର୍ବସାଧାରଣରେ ମର୍ଯ୍ୟାଦା ହାନି କରିବେ ନାହିଁ ବୋଲି ସର୍ତ୍ତ ଥିଲା । ହେଲେ ଅଭିନେତ୍ରୀ ଜଣଙ୍କ ଲେଖିକାଙ୍କ ବିରୋଧରେ ପୁଣିଥରେ ସମ୍ମାନହାନୀ କରିବା ଭଳି ପୋଷ୍ଟ କରିଥିଲେ । ପରେ କୋର୍ଟଙ୍କ ନିର୍ଦ୍ଦେଶମୁତାବକ ଇନଫୋସିଟି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଅଭିନେତ୍ରୀ ଜଣଙ୍କ ହାଇଦ୍ରାବାଦରୁ ଏକ ସୁଟିଂରୁ ଆସି ଫେରିବାପରେ ଇନଫୋସିଟି ପୋଲିସ ତାଙ୍କୁ ଜେରା କରିଥିଲା। ଏହାପରେ ଅଭିନେତ୍ରୀଙ୍କୁ ଗିରଫ କରିଛି । ସୂତ୍ରରୁ ପ୍ରକାଶ ଯେ ଅଭିନେତ୍ରୀଙ୍କ ବିରୋଧରେ ଦଫା 385, 294, 506 ଏବଂ ଆଇପିସିର ଅନ୍ୟାନ୍ୟ ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+