ବାଦ-ବିବାଦ ମଧ୍ୟରେ ରିଲିଜ୍ ହେଲା ‘ପଠାନ୍', ବିରୋଧ କରିବନି ବିଶ୍ୱ ହିନ୍ଦୁ ପରିଷଦ, ଜନତାଙ୍କ ଉପରେ ଛାଡ଼ିଲା ନିଷ୍ପତ୍ତି

ଶାହରୁଖ ଖାନଙ୍କ ଫିଲ୍ମ ପଠାନ ବହୁ ବାଦ ବିବାଦ ମଧ୍ୟରେ ରିଲିଜ୍ ହୋଇଛି । ଏହାର ଗୀତ ‘ବେସରମ୍ ରଙ୍ଗ' କୁ ନେଇ କ୍ରମାଗତ ଭାବେ ବିବାଦ ଲାଗି ରହିଥିଲା । ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇ ସାରିଛି ।

Pathaan

ନୂଆଦିଲ୍ଲୀ: ଶାହରୁଖ ଖାନଙ୍କ ଫିଲ୍ମ ପଠାନ ବହୁ ବାଦ ବିବାଦ ମଧ୍ୟରେ ରିଲିଜ୍ ହୋଇଛି । ଏହାର ଗୀତ 'ବେସରମ୍ ରଙ୍ଗ' କୁ ନେଇ କ୍ରମାଗତ ଭାବେ ବିବାଦ ଲାଗି ରହିଥିଲା । ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା । କିନ୍ତୁ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇ ସାରିଛି । ଏପରିକି ପଠାନ୍ ଫିଲ୍ମକୁ ଭଲ ରେସପନ୍ସ ମିଳୁଥିବା ଦେଖିବାକୁ ମିଳିଛି । ଏପରିକି ରିଲିଜ୍ ହେବା ପରେ ନାଇଟ୍ ସୋ' ରୁ ହିଁ ହାଉସ୍ ଫୁଲ୍ ରହିଛି । ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ କରିଛି ପଠାନ । ଅଗ୍ରୀମ ବୁକିଂ ପ୍ରାୟ 7 ଲକ୍ଷ ଟିକେଟ ବିକ୍ରି ହୋଇଛି, ଯାହାକି ବାହୁବଳୀ -2 ରେକର୍ଡକୁ ମଧ୍ୟ ଭାଙ୍ଗିଛି ।
ଅପରପକ୍ଷରେ ବିଶ୍ୱ ହିନ୍ଦୁ ପରିଷଦ ଏହି ଫିଲ୍ମକୁ ବିରୋଧ କରିବାକୁ ମନା କରି ଦେଇଛି । ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ଶ୍ରୀରାଜ ନାୟାର କହିଛନ୍ତି ଯେ ଭିଏଚପି ପଠାନ ଫିଲ୍ମକୁ ବିରୋଧ କରିବ ନାହିଁ । ପୂର୍ବର ଆପତ୍ତିକୁ ଧ୍ୟାନରେ ରଖି ଫିଲ୍ମରେ ପରିବର୍ତ୍ତନ କରାଯାଇଛି, ଫିଲ୍ମ ଦେଖିବା ପରେ ଯଦି ଆମେ କିଛି ଆପତ୍ତିଜନକ ମନେ କରୁ, ତେବେ ଆମେ ଏହି ଫିଲ୍ମକୁ ବିରୋଧ କରିବୁ ।

ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ୍ ଆଜି ବଡ଼ ପରଦାରେ ଆସିଛି । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ବ୍ୟତୀତ ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ଫିଲ୍ମରେ ବେସରମ୍ ରଙ୍ଗ ଗୀତକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏହାକୁ ବିରୋଧ କରିଥିଲା । ଭିଏଚପିର କ୍ଷେତ୍ର ମନ୍ତ୍ରୀ ଆଶିକ୍ ରାୱଲ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେନ୍ସର ବୋର୍ଡ ପଠାନ ଫିଲ୍ମରେ ପରିବର୍ତ୍ତନ କରିଛି, ତେଣୁ ଲୋକମାନେ ଏହି ଫିଲ୍ମ ଦେଖିବାକୁ ଚାହାଁନ୍ତି କି ନାହିଁ ତାହା ଜନସାଧାରଣଙ୍କ ଉପରେ ନିର୍ଭର କରେ ।

ଚଳଚ୍ଚିତ୍ର ପଠାନକୁ ନେଇ ଅନେକ ସହରରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରକୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଖୋଲାଖୋଲି ବିରୋଧ କରିଥିଲେ । ଆଶିକ୍ ରାୱଲ କହିଛନ୍ତି ଯେ ସେନ୍ସର ବୋର୍ଡ ଅଶ୍ଳୀଳ ଗୀତ ଏବଂ ଅଶ୍ଳୀଳ ଶବ୍ଦକୁ ହଟାଇ ଦେଇଛନ୍ତି । ଏହା ଏକ ଭଲ କଥା । ଧର୍ମ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ସମସ୍ତ କର୍ମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ହିନ୍ଦୁ ସମାଜକୁ ଅଭିନନ୍ଦନ ଜଣାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+