ଓସ୍କାର ପୁରସ୍କାର ବିତରଣରେ କାର୍ଯ୍ୟକ୍ରମରେ ଆଙ୍କରଙ୍କୁ ଚାପୁଡା ମାରିଲେ ବିଲ୍ ସ୍ମିଥ୍

ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଘଟିଛି ଏକ ଅଭାବନୀୟ ଘଟଣା। ଲାଇଭ୍ କାର୍ଯ୍ୟକ୍ରମରେ ଆଙ୍କର କ୍ରିସ୍ ରକଙ୍କୁ ହଲିଉଡ୍‌ର ପ୍ରସିଦ୍ଧ କମେଡିଆନ୍ ବିଲ୍ ସ୍ମିଥ୍ ଏକ ଚାପୁଡା ମାରିଛନ୍ତି ।

ଲସ୍ ଏଞ୍ଜେଲ୍ସ: ଓସ୍କାର ପୁରସ୍କାର ବିତରଣ ଉତ୍ସବରେ ଘଟିଛି ଏକ ଅଭାବନୀୟ ଘଟଣା। ଲାଇଭ୍ କାର୍ଯ୍ୟକ୍ରମରେ ଆଙ୍କର କ୍ରିସ୍ ରକଙ୍କୁ ହଲିଉଡ୍‌ର ପ୍ରସିଦ୍ଧ କମେଡିଆନ୍ ବିଲ୍ ସ୍ମିଥ୍ ଏକ ଚାପୁଡା ମାରିଛନ୍ତି । ଏହି ଘଟଣା ଏବେ ହଲିଉଡ୍ ସହ ଜଡିତ କଳାକାର ତଥା ସିନେପ୍ରେମୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।

oscar

ଲସ ଆଞ୍ଜଲସରେ ଚଳିତ ବର୍ଷ ଓସ୍କାର ସିନେ ଆୱାର୍ଡ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଆଙ୍କରିଙ୍ଗ୍ କରିବାକୁ ଷ୍ଟେଜ୍ ଉପରକୁ ଯାଇଥିଲେ କ୍ରିସ୍ ରକ୍ । ବିଭିନ୍ନ ଅଭିନେତାଙ୍କ ପୁରସ୍କାର ନୋମିନି ବିଷୟରେ ବର୍ଣ୍ଣନା କରିବା ଅବସରରେ କ୍ରିସ୍ ରକ୍ କମେଡିଆନ୍ ବିଲ୍ ସ୍ମିଥଙ୍କ ପତ୍ନୀଙ୍କୁ ଥଟ୍ଟା କରିଥିଲେ । ବିଲ୍ ସ୍ମିଥଙ୍କ ପତ୍ନୀ ଜେଡା ଉକ୍ତ କାର୍ଯ୍ୟକ୍ରମରେ ଆଗଧାଡିରେ ହିଁ ବସିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ପଲିଓସିସ୍ ରୋଗରେ ଆକ୍ରାନ୍ତ ଜେଡା ନିଜ ମୁଣ୍ଡର ସମସ୍ତ କେଶକୁ କାଟିଦେଇ ମୁଣ୍ଡନ କରିଛନ୍ତି । ତେବେ ମୁଣ୍ଡନକୁ ନେଇ କିଛି ହାଲୁକା କମେଡି କରୁଥିବା ଅବସରରେ ବିଲ୍ ସ୍ମିଥ୍ ହଠାତ୍ ମଞ୍ଚ ଉପରକୁ ଉଠି ଆସିଥିଲେ ଏବଂ ଆଙ୍କର୍ ରକ୍‌ଙ୍କ ମୁହଁରେ ଏକ ଚାପୁଡା ମାରିଥିଲେ । ଜାତୀୟସ୍ତରର ଗଣମାଧ୍ୟମରେ ଲାଇଭ୍ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ଏହି ଅପ୍ରତ୍ୟାଶିତ ଘଟଣାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଏହି ଘଟଣା ପରେ ସ୍ମିଥଙ୍କୁ ପ୍ରଯୋଜକ ଏବଂ କାର୍ଯ୍ୟକ୍ରମ ସଂସ୍ଥା ପକ୍ଷରୁ ବାରମ୍ବାର ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ବିଲ୍ ସ୍ମିଥ୍ ଏଥିପାଇଁ ଅବଶ୍ୟ ଦୁଃଖ ପ୍ରକାଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+