Get Updates
Get notified of breaking news, exclusive insights, and must-see stories!

ପ୍ରବାସୀ ଓଡିଆଙ୍କ ପାଇଁ ଭୋକରେ ରହିଲେ ସବ୍ୟସାଚୀ; କହିଲେ, ତୁମେ ଖାଇଲା ପରେ ମୁଁ ଖାଇବି

ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ।

ଭୁବନେଶ୍ୱର: ଦେଶରେ ପୁଣି ଫେରିଛି ଲକଡାଉନ, ସଟଡାଉନ । କିଛି ପ୍ରବାସୀମାନେ ଘର ବାହୁଡା ହୋଇଥିବା ବେଳେ ଆଉ କିଛି ଅନ୍ୟ ରାଜ୍ୟରେ ଲକଡାଉନ ପାଇଁ ଫସି ଯାଇଛନ୍ତି । ତେବେ ଏଭଳି ଦୁଃଖଦ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଘର ଛାଡି ବାହାରେ ରହୁଥିବା ଏହି ପ୍ରବାସୀ ଓଡିଆଙ୍କ ଭୋକିଲା ମୁହଁରେ ହସ ଫୁଟାଇଛନ୍ତି ସବ୍ୟସାଚୀ ।

Sabyasachi Mishra

ବେଙ୍ଗଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ । ଯାହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା । ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।

ଏତିକି ନୁହେଁ କର୍ଣ୍ଣାଟକରେ ସଂକ୍ରମଣ ପିକରେ ରହିଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ସେମାନଙ୍କୁ ଚଳିବା ଲାଗି ସବ୍ୟସାଚୀ ମିଶ୍ର ଟଙ୍କା ମଧ୍ୟ ପଠାଇଛନ୍ତି । ପୁନଶ୍ଚ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+