ପରଲୋକରେ ଓଡ଼ିଆ ବର୍ଷୀୟାନ୍ ଅଭିନେତା ରବି ମିଶ୍ର

ଓଡ଼ିଶାର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର : ଓଡ଼ିଶାର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତ । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ରବି-ମିଶ୍ର

ତାଙ୍କ ହାର୍ଟରେ ୮୦ ପ୍ରତିଶତ ବ୍ଳକେଜ୍‌ ଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ସିରିଏଲରେ ସେ ଅଭିନୟ କରିଛନ୍ତି । ଖାସ୍‌ କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ଏପରିକି ସିରିଏଲ 'ଗୋପାଳ ରହସ୍ୟ'ରେ ମୁଖ୍ୟ ଭୂମିକାରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ ।

ତାଙ୍କ ଦେହାନ୍ତ ପରେ ଓଡ଼ିଶାର ସିନେମା, ମଞ୍ଚ ଓ ସିରିଏଲ ଜଗତରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+