ଆସନ୍ତା 13 ରେ ରିଲିଜ୍ ହେବ ଭାଇଜାନଙ୍କ ଆଗାମୀ ଫିଲ୍ମ

ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନଙ୍କ "‘ରାଧେ': ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ" ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି ।

ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନଙ୍କ "'ରାଧେ': ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ" ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଇଦରେ ସଲମାନ ଖାନଙ୍କ ଫିଲ୍ମ ରିଲିଜ୍ ପରମ୍ପରାକୁ ଧ୍ୟାନରେ ରଖି ସଲମାନ ଖାନ୍ ଫିଲ୍ମସି ଏବଂ ଜି ଷ୍ଟୁଡ଼ିଓ ଏଥିପାଇଁ ଏକ ମେଗା ରିଲିଜର ଯୋଜନା କରିଛନ୍ତି ।

radhe

ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି 13 ମେ'ରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ବଡ ଧରଣର ରିଲିଜ୍ କରାଯିବ । ଏହାସହ ଫିଲ୍ମର ଟ୍ରେଲର 22 ଅପ୍ରେଲରେ ରିଲିଜ୍ ହେବ । "'ରାଧେ':ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ" ଫିଲ୍ମ ସମସ୍ତ ସିନେମା ହଲରେ ରିଲିଜ୍ ହେବ ଯେଉଁଠି ସରକାରଙ୍କ କୋଭିଡ୍ ନିୟମ ପାଳନ କରାଯାଉଥିବ ।

ଏହାସହିତ ଜି-5ରେ ଜି ର 'ପେ ପର ଭିୟୁ' ସର୍ଭିସି ଜିପ୍ଲେକ୍ସ ଦର୍ଶକଙ୍କୁ ଓଟିଟି ପ୍ଲଟଫର୍ମରେ ଦେଖିବାର ସୁଯୋଗ ପାଇବେ । ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟନି, ରଣଦୀପ ହୁଡ୍ଡା ଏବଂ ଜାକି ସରାଫ୍ ପ୍ରମୁଖ ଭୂମିକାରେ ନଜର ଆସିବେ । "'ରାଧେ':ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ" ଫିଲ୍ମ 40 ଟି ଦେଶରେ ରିଲଜ୍ କରାଯିବା ନେଇ ପ୍ରସ୍ତୁତି ସରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+