ଓଡ଼ିଆ ସିନେ ଜଗତ ପାଇଁ ଗର୍ବ, ‘ପ୍ରତୀକ୍ଷା' ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତ ପାଇଁ ଗର୍ବର ବିଷୟ । ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଅନୁମୋଦିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜୁରି କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି ।

pratikhya

2023 ବର୍ଷ ଲାଗି ଘୋଷିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଆଞ୍ଚଳିକ ଭାଷାର ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ 'ପ୍ରତୀକ୍ଷା' । ଏହା ପୂର୍ବରୁ 2022 ମସିହାରେ ଗୋଆରେ ଅନୁଷ୍ଠିତ 53 ତମ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (ଇଫି)ର ଭାରତୀୟ ପାନୋରମା ବିଭାଗରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇ ଜାତୀୟ-ଅନ୍ତର୍ଜାତୀୟସ୍ତରରେ ସୁଖ୍ୟାତି ଅର୍ଜନ କରିଥିଲା 'ପ୍ରତୀକ୍ଷା' । ଡିସେମ୍ବର 2 ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି 'ପ୍ରତୀକ୍ଷା' ବେଶ୍ ଦର୍ଶକୀୟ ସଫଳତା ସାଉଁଟି ଥିଲା ।

ଗୋଟିଏ ମଧ୍ୟବିତ୍ତ ପରିବାରର ବାପା-ପୁଅ ମଧ୍ୟରେ ଆବେଗ ଉପରେ ପର୍ଯ୍ୟବେଶିତ ଥିଲା ଏହାର କାହାଣୀ । ଗତବର୍ଷ ଇଫିରେ ଏହି ଚଳଚ୍ଚିତ୍ରକୁ ଦେଖିବା ପରେ ଏହାକୁ ହିନ୍ଦୀ ଭାଷାରେ ରିମେକ୍‌ କରିବା ଲାଗି ଘୋଷଣା କରିଥିଲେ ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌ । ଏହା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁପମ ପଟ୍ଟନାୟକ । ସେ କହିଛନ୍ତି, ଇତିହାସର ପୁନରାବୃତ୍ତି ହୋଇଛି । ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା ମୋର ପ୍ରଥମ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+