ସତୀଶ କୌଶିକଙ୍କୁ ହତ୍ୟା କରିଛନ୍ତି ମୋ ସ୍ୱାମୀ, ଏମିତି ଅଭିଯୋଗ ଆଣିଲେ ବ୍ୟବସାୟୀଙ୍କ ପତ୍ନୀ
ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ କୌଶିକଙ୍କୁ 15 କୋଟି ଟଙ୍କା ପାଇଁ ହତ୍ୟା କରିଛନ୍ତି । ଦୁବାଇରେ ନିବେଶ ପାଇଁ ଅଭିନେତାଙ୍କ ଠାରୁ ସେ ଟଙ୍କା ନେଇଥିଲେ ।

ନୂଆଦିଲ୍ଲୀ: ବଲିଉଡର ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ମୋଡ଼ ଆସିଛି । ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ କୌଶିକଙ୍କୁ 15 କୋଟି ଟଙ୍କା ପାଇଁ ହତ୍ୟା କରିଛନ୍ତି । ଦୁବାଇରେ ନିବେଶ ପାଇଁ ଅଭିନେତାଙ୍କ ଠାରୁ ସେ ଟଙ୍କା ନେଇଥିଲେ ।
ମହିଳା ଜଣକ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ କୌଶିକ ସେହି ଟଙ୍କା ଫେରସ୍ତ କରିବାକୁ ବାରମ୍ବାର କହିଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଟଙ୍କା ଦେବାକୁ ଚାହୁଁନଥିଲେ । ସେ ଅଭିଯୋଗ କରିଛନ୍ତି ଯେ କୌଶିକଙ୍କୁ କିଛି ଔଷଧ ଦେଇ ହତ୍ୟା କରାଯାଇଥିଲା ଯେଉଁଥିରେ ତାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ରହିଛି ।
ଏହାପୂର୍ବରୁ ଶନିବାର ଦିନ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ଯେ ସେମାନେ ଦିଲ୍ଲୀର ଫାର୍ମହାଉସରୁ କିଛି 'ଔଷଧ' ଜବତ କରିଛନ୍ତି ଯେଉଁଠାରେ 66 ବର୍ଷିୟ ଅଭିନେତା ମୃତ୍ୟୁ ପୂର୍ବରୁ ଏକ ପାର୍ଟିରେ ଯୋଗ ଦେଇଥିଲେ ।
ମହିଳା ଜଣକ ଅଭିଯୋଗରେ ଦାବି କରିଛନ୍ତି ଯେ ସେ 13 ମାର୍ଚ୍ଚ 2019 ରେ ବ୍ୟବସାୟୀଙ୍କ ସହିତ ବିବାହ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ଜରିଆରେ କୌଶିକଙ୍କ ସହିତ ପରିଚିତ ହୋଇଥିଲେ । ପରେ ଅଭିନେତା ସେମାନଙ୍କୁ ନିୟମିତ ଭାବେ ଭାରତ ଏବଂ ଦୁବାଇରେ ଭେଟିଥିଲେ ।
ସେ ଦାବି କରିଛନ୍ତି ଯେ 23 ଅଗଷ୍ଟ 2022 ରେ କୌଶିକ ଦୁବାଇରେ ଥିବା ସେମାନଙ୍କ ଘରକୁ ଯାଇ ତାଙ୍କ ସ୍ୱାମୀଙ୍କଠାରୁ 15 କୋଟି ଟଙ୍କା ମାଗିଥିଲେ । ମହିଳା ଜଣକ କହିଛନ୍ତି, "ମୁଁ ଡ୍ରଇଂ ରୁମରେ ଉପସ୍ଥିତ ଥିଲି ଯେଉଁଠାରେ ଉଭୟ କୌଶିକ ଏବଂ ମୋ ସ୍ୱାମୀ ଯୁକ୍ତିତର୍କ କରିଥିଲେ । କୌଶିକ କହୁଥିଲେ ଯେ ତାଙ୍କୁ ଟଙ୍କା ଦରକାର ଥିଲା ଏବଂ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟରେ ସେ ମୋ ସ୍ୱାମୀଙ୍କୁ 15 କୋଟି ଟଙ୍କା ଦେବାର ତିନି ବର୍ଷ ବିତିଗଲାଣି । କୌଶିକ ଏହା ମଧ୍ୟ କହିଛନ୍ତି ଯେ କୌଣସି ବିନିଯୋଗ କରାଯାଇ ନାହିଁ କିମ୍ବା ତାଙ୍କ ଟଙ୍କା ଫେରସ୍ତ କରାଯାଇ ନାହିଁ ଯେଉଁଥିପାଇଁ ସେ ଠକେଇର ଶିକାର ହୋଇଥିବା ଅନୁଭବ କରୁଛନ୍ତି ।
ଦୁବାଇରେ ଏକ ପାର୍ଟୀରେ ନିଆଯାଇଥିବା ବ୍ୟବସାୟୀ ଏବଂ କୌଶିକଙ୍କ ଫଟୋ ମଧ୍ୟ ସେ ସେୟାର କରିଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ପୁଅ ମଧ୍ୟ ପାର୍ଟିରେ ଉପସ୍ଥିତ ଥିଲେ ।
ମହିଳା ଜଣକ ଆହୁରି କହିଛନ୍ତି, ତାଙ୍କ ସ୍ୱାମୀ କୌଶିକଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ଶୀଘ୍ର ଟଙ୍କା ଫେରସ୍ତ କରିବେ । ମୁଁ ଯେତେବେଳେ ମୋ ସ୍ୱାମୀଙ୍କୁ ପଚାରିଲି, କ'ଣ ହେଲା, ସେ କହିଥିଲେ ଯେ କୋଭିଡ ମହାମାରୀ ସମୟରେ ସେ କୌଶିକଙ୍କ ଟଙ୍କା ହରାଇଛନ୍ତି । ମୋର ସ୍ୱାମୀ ଏହା ମଧ୍ୟ କହିଛନ୍ତି ଯେ ସେ କୌଶିକଙ୍କଠାରୁ ମୁକ୍ତି ପାଇବାକୁ ଯୋଜନା କରୁଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ଟଙ୍କାକୁ ନେଇ ବ୍ୟବସାୟୀ 24 ଅଗଷ୍ଟ 2022 ରେ କୌଶିକଙ୍କ ସହ ତୀବ୍ର ଯୁକ୍ତିତର୍କ କରିଥିଲେ ।
ବର୍ତ୍ତମାନ କୌଶିକଙ୍କ ମୃତ୍ୟୁ ଖବର ପାଇଲି । ମୁଁ ସମ୍ପୂର୍ଣ୍ଣ ଭାବେ ସନ୍ଦେହ କରୁଛି ଯେ ମୋର ସ୍ୱାମୀ ହିଁ ତାଙ୍କ ସହଯୋଗୀମାନଙ୍କ ସହିତ ଷଡଯନ୍ତ୍ର କରି କୌଶିକଙ୍କୁ ଡ୍ରଗ୍ସ ଦେଇ ହତ୍ୟା କରିଛନ୍ତି, ଫଲରେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ମହିଳା ।












Click it and Unblock the Notifications