Get Updates
Get notified of breaking news, exclusive insights, and must-see stories!

କାହାଣୀ: କିଏ ପ୍ରକୃତ ମାଲିକ

ଜଣେ ପଣ୍ଡିତ ନିଜର ଚାକରକୁ ନେଇ କୌଣସି ଏକ ସ୍ଥାନକୁ ଶାସ୍ତ୍ର ଆଲୋଚନା କରିବା ପାଇଁ ଯାଉଥାନ୍ତି । ଆଗେ ଆଗେ ପଣ୍ଡିତ ଛତା ମୁଣ୍ଡେଇ ଯାଉଥିଲା ବେଳେ ପଛେ ପଛେ ଚାକରଟି ଶାସ୍ତ୍ର ଲେଖାଥିବା ବହିଗୁଡିକ ଗଣ୍ଠିଲି କରି ମୁଣ୍ଡେଇ ଚାଲିଥାଏ ।

ବାଟରେ ଯିଏ ପଚାରେ ତାକୁ ପଣ୍ଡିତେ କହନ୍ତି ଇଏ ମୋର ଚାକର, ନିହାତି ଗଜମୂର୍ଖଟାଏ । ଏହି ଭଳି ସମସ୍ତଙ୍କ ଆଗରେ କହି କହି ଚାକରଟିକୁ ସତେ ଯେମିତି ଗଜମୂର୍ଖ କରି ଦେଇଛନ୍ତି।କେବଳ ନିଜର ପ୍ରଭୁପଣିଆ ଜାହିର କରିବା ଲାଗି ସେ ଏପରି କରୁଥିଲେ। ହେଲେ ଚାକରଟି ଏଭଳି କଥା ଶୁଣିଶୁଣି ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗି ପଡିଥାଏ । ଶେଷରେ କିଛି ଉପାୟ ନପାଇ ଚାକର ଠିକ୍ କଲା ବେଳ କାଳ ଦେଖି ପଣ୍ଡିତଙ୍କୁ ଆଚ୍ଛା କରି ପାନେ ଦେବ ଏମିତି ଦୁହେଁ ବାଟ ଚାଲିଥାନ୍ତି । ଏକ ଜଙ୍ଗଲିଆ ରାସ୍ତା ପଡିଲା । ପଣ୍ଡିତେ ତ ଆଗରେ ଚାଲିଥାନ୍ତି।ହଠାତ୍ ସେ ଦେଖିଲେ ରାସ୍ତା ଉପରେ ଏକ ବିରାଟ ନାଗସାପ ଫଣା ଟେକି ରହିଛି ।

story

ସାପକୁ ଦେଖି ପଣ୍ଡିତେ ଚମକି ପଡି କହିଲେ, "ଆରେ ଚାକର ପିଲା, ଏ ସାପଟାକୁ ଠେଙ୍ଗାରେ ପିଟି ପିଟି ମାରିଦେ ।"

ଚାକର ତ ଏଭଳି କିଛି ଅଘଟଣ ଘଟୁ ବୋଲି ଚାହୁଁଥିଲା । ତାକୁ ଏବେ ମଉକା ମିଳିଗଲା । ସୁତରାଂ ସେ କହିଲା "ନାଈଁ ଆଜ୍ଞା! ସାପଟିକୁ ବିନା ଦୋଷରେ ମାରିଦେଲେ ପାପ ହେବ । ସେ ଚାଲିଗଲା ପରେ ଆମେ ପଛେ ଯିବା, ତାକୁ ମାରିବା ନାହିଁ ।"

ଚାକର କଥାରେ ପଣ୍ଡିତେ ଏବେ ଭୀଷଣ ରାଗି ଗଲେ ଓ କହିଲେ, "ଆରେ ମୂର୍ଖ! ତୁ ତ ଶାସ୍ତ୍ର ପୁରାଣ କିଛି ପଢିନାହୁଁ।ଜାଣିବୁ କ'ଣ? ଶାସ୍ତ୍ରରେ ପରା ଲେଖାଅଛି ଦୁଷ୍ଟକୁ ସଂହାର କଲେ ସମସ୍ତେ ସୁଖୀ ହୁଅନ୍ତି? ଯେଉଁଥି ଲାଗି ଶ୍ରୀରାମ ରାବଣକୁ, ଶ୍ରୀକୃଷ୍ଣ କଂସକୁ ଓ ପାଣ୍ଡବମାନେ କୌରବଙ୍କୁ ମାରିଥିଲେ । ଇଏତ ଛାର ସାପଟାଏ । ସୁତରାଂ ମୋ କଥାରେ ତୋତେ ରାଜି ହେବାକୁ ହିଁ ହେବ । ତୁ ଯେହେତୁ ମୋର ଚାକର ମୋ କଥା ତୋତେ ପାଳନ କରିବାକୁ ହେବ ।" ଚାକର କହିଲା, "ମୁଁ କ'ଣ କେବେ ଆପଣଙ୍କ କଥା ଅମାନ୍ୟ କରିଛି ଯେ, ଏବେ କରିବି । ମୋର ଛୋଟ ବୁଦ୍ଧିରେ ଜୀବହତ୍ୟା ମହାପାପ ବୋଲି କହୁଥିଲି । ହଉ ସାପଟିକୁ ମାରିବି, ହେଲେ ମୋ ମୁଣ୍ଡରେ ଗଣ୍ଠିଲି ମୁଣ୍ଡେଇ ମାରିବି କିପରି? ଗଣ୍ଠିଲିରେ ଶାସ୍ତ୍ର ପୁରାଣ ଥିବାରୁ ତଳେ ଥୋଇବା ତ ମନା । ସୁତରାଂ ଆପଣ ପ୍ରଥମେ ଗୋଟିଏ ଠେଙ୍ଗା ଯୋଗାଡ କରି ଦିଅନ୍ତୁ ଓ ତା'ପରେ ମୋ' ମୁଣ୍ଡରୁ ଗଣ୍ଠିଲିକୁ ଆପଣଙ୍କ ମୁଣ୍ଡକୁ ଉଠାଇ ନିଅନ୍ତୁ । ତାପରେ ଯାଇ ସାପଟିକୁ ମାରିଦେବି ।"

ଏବେ ପଣ୍ଡିତେ ଗୋଟିଏ ଠେଙ୍ଗା ଯୋଗାଡ କରିଦେଲେ ଓ ନିଜ ମୁଣ୍ଡରେ ଗଣ୍ଠିଲି ମୁଣ୍ଡେଇଲେ । ଗଣ୍ଠିଲିଟି ବହୁତ ଓଜନ ଥିବାରୁ ପଣ୍ଡିତଙ୍କ ପକ୍ଷରେ ଏହାକୁ ଅଧିକ ସମୟ ମୁଣ୍ଡେଇ ରଖିବା ସମ୍ଭବପର ନ ଥିଲା । ଏବେ ଚାକର ହସି ହସି କହିଲା, "ଆଜ୍ଞା! ଏବେ ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି?" ପଣ୍ଡିତେ ହଁ ଭରିବାରୁ ଚାକର ପଚାରିଲେ, "ଏ ଦୁନିଆରେ ମାଲିକ କିଏ, ଆଉ ଚାକର କିଏ?" ପଣ୍ଡିତେ ଉତ୍ତର ଦେଲେ, "ଯିଏ ଆଦେଶ ଦିଏ ସେ ହେଉଛି ମାଲିକ ଏବଂ ଆଦେଶ ପାଳନ-କାରୀ ହେଉଛି ଚାକର ।"

ଏବେ ଚାକର ସାପଟିକୁ ପିଟିବ କ'ଣ, ଠେଙ୍ଗାଟି ଧରି ଠୋ ଠୋ କରି ହସିବାକୁ ଲାଗିଲା । କହିଲା, "ଠିକ୍ କଥା...ମୁଁ ଆପଣଙ୍କୁ ଠେଙ୍ଗା ଆଣିବା ପାଇଁ ଆଦେଶ ଦେବାରୁ ଆପଣ ଆଣି ଦେଲେ । ପୁଣି ଗଣ୍ଠିଲି ମୁଣ୍ଡେଇବାକୁ କହିବାରୁ ମୁଣ୍ଡେଇଲେ । ଏବେ ଆପଣ କୁହନ୍ତୁତ ଆମ ଦୁହିଁଙ୍କ ଭିତରେ କିଏ ମାଲିକ ଆଉ କିଏ ଚାକର?" ଏକଥା ଶୁଣି ପଣ୍ଡିତେ ନୀରବ ରହିଲେ ସିନା ତାଙ୍କ ତୁଣ୍ଡରେ କହିବା ପାଇଁ ଆଉ କଥା ପଦେ ନଥିଲା । ସୁତରାଂ ଏଥିରୁ ଏହା ଶିକ୍ଷାମିଳେ - ମଣିଷ ମାତ୍ରକେ ପରସ୍ପରକୁ ସାହର୍ଯ୍ୟ ସହଯୋଗ କରି ଜୀବନ ବିତେଇଥାଏ।ନିଜ କର୍ମ କରି ନିଜର ତଥା ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାଏ।ତେଣୁ ଏଠାରେ କେହି କାହାର ପ୍ରଭୁ ନୁହଁନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+