ମନି ଲଣ୍ଡରିଂ ମାମଲା : ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ନୋରା ଫତେହି, ଜ୍ୟାକଲିନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ
ଇଡିରୁ ସମନ ପାଇବା ପରେ ନୋରା ଫତେହି ଆଜି ପୂର୍ବାହ୍ନରେ ଇଡି ଅଫିସରେ ପହଞ୍ଚିଥିଲେ । ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରି ତାଙ୍କୁ ହାଜର ହେବାକୁ କହିଛି । ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଶୁକ୍ରବାର ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି
ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଜି ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ପଚରାଉଚରା କରୁଛି । ଇଡିରୁ ସମନ ପାଇବା ପରେ ନୋରା ଫତେହି ଆଜି ପୂର୍ବାହ୍ନରେ ଇଡି ଅଫିସରେ ପହଞ୍ଚିଥିଲେ । ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରି ତାଙ୍କୁ ହାଜର ହେବାକୁ କହିଛି । ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଶୁକ୍ରବାର ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନ ଏବଂ ନୋରାଙ୍କୁ ପଚରାଉଚରା କରୁଛି ।

ଏହି ମାମଲାରେ ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୂର୍ବରୁ ପଚରାଉଚୁରା କରିସାରିଛି । ଏହାପୂର୍ବରୁ ଇଡି ଏହି ମାମଲାରେ ଜ୍ୟାକଲିନଙ୍କୁ ଦୁଇଥର ପଚରାଉଚୁରା କରିସାରିଛି । ଜ୍ୟାକଲିନଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ । ଏଥିସହ ନୋରାଙ୍କୁ ମଧ୍ୟ ଏଜେନ୍ସି ପଚରାଉଚରା କରିଛି ।
ଏହି ପୁରା ମାମଲା ସୁକେଶ ଏବଂ ଅନ୍ୟମାନଙ୍କ ଦ୍ୱାରା 200 କୋଟି ଟଙ୍କା ଠକେଇ, ଦାଦାବଟି ଆଦାୟ ମାମଲାରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗର ଏଫ୍ଆଇଆର୍ ସହିତ ଜଡିତ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅଫେନ୍ସ ୱିଙ୍ଗ ମାମଲା ଆଧାରରେ ଇଡିର ଏହି ଅନୁସନ୍ଧାନ କରାଯାଉଛି । ଏହି ଅର୍ଥ ହେରଫେର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ନାମରେ ପୂର୍ବରୁ ଅନେକ ଠକେଇ ମାମଲା ରୁଜୁ ହୋଇ ବର୍ତ୍ତମାନ ଦିଲ୍ଲୀର ରୋହିଣୀ ଜେଲରେ ରଖାଯାଇଛି । ଜେଲ ଭିତରୁ 200 କୋଟି ଟଙ୍କା ଦାଦାବଟି ରାକେଟ୍ ଚଳାଇଥିବା ନେଇ ସୁକେଶ ନାମରେ ଅଭିଯୋଗ ରହିଛି । ଜେଲରୁ ଜଣେ ଜଣାଶୁଣା ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ 50 କୋଟି ଟଙ୍କା ମାଗିଥିଲା ସୁକେଶ । ଏହି ମାମଲାର ଅନୁସନ୍ଧାନ ବେଳେ ଜ୍ୟାକଲିନଙ୍କ ନାମ ମଧ୍ୟ ଆସିଥିଲା । ଏହା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା । ସୁକେଶଙ୍କ ବିରୋଧରେ ଏହି ସମଗ୍ର ମାମଲାରେ ଜ୍ୟାକଲିନଙ୍କୁ ଜଣେ ପ୍ରମୁଖ ସାକ୍ଷୀ ଭାବରେ ରଖାଯାଇଛି । କୁହାଯାଏ ଯେ ସୁକେଶ ଅନ୍ୟମାନଙ୍କ ପରି ନୋରା ଫତେହିଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରିଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications