For Quick Alerts
Turn On Notification  
For Daily Alerts
Oneindia App Download

ମନି ଲଣ୍ଡରିଂ ମାମଲା : ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ନୋରା ଫତେହି, ଜ୍ୟାକଲିନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ

ଇଡିରୁ ସମନ ପାଇବା ପରେ ନୋରା ଫତେହି ଆଜି ପୂର୍ବାହ୍ନରେ ଇଡି ଅଫିସରେ ପହଞ୍ଚିଥିଲେ । ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରି ତାଙ୍କୁ ହାଜର ହେବାକୁ କହିଛି । ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଶୁକ୍ରବାର ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି

|

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଜି ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ପଚରାଉଚରା କରୁଛି । ଇଡିରୁ ସମନ ପାଇବା ପରେ ନୋରା ଫତେହି ଆଜି ପୂର୍ବାହ୍ନରେ ଇଡି ଅଫିସରେ ପହଞ୍ଚିଥିଲେ । ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରି ତାଙ୍କୁ ହାଜର ହେବାକୁ କହିଛି । ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଶୁକ୍ରବାର ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନ ଏବଂ ନୋରାଙ୍କୁ ପଚରାଉଚରା କରୁଛି ।

noora- jacqueline

ଏହି ମାମଲାରେ ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୂର୍ବରୁ ପଚରାଉଚୁରା କରିସାରିଛି । ଏହାପୂର୍ବରୁ ଇଡି ଏହି ମାମଲାରେ ଜ୍ୟାକଲିନଙ୍କୁ ଦୁଇଥର ପଚରାଉଚୁରା କରିସାରିଛି । ଜ୍ୟାକଲିନଙ୍କୁ ଶୁକ୍ରବାର ଦିନ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ । ଏଥିସହ ନୋରାଙ୍କୁ ମଧ୍ୟ ଏଜେନ୍ସି ପଚରାଉଚରା କରିଛି ।

ଏହି ପୁରା ମାମଲା ସୁକେଶ ଏବଂ ଅନ୍ୟମାନଙ୍କ ଦ୍ୱାରା 200 କୋଟି ଟଙ୍କା ଠକେଇ, ଦାଦାବଟି ଆଦାୟ ମାମଲାରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗର ଏଫ୍ଆଇଆର୍ ସହିତ ଜଡିତ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅଫେନ୍ସ ୱିଙ୍ଗ ମାମଲା ଆଧାରରେ ଇଡିର ଏହି ଅନୁସନ୍ଧାନ କରାଯାଉଛି । ଏହି ଅର୍ଥ ହେରଫେର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ନାମରେ ପୂର୍ବରୁ ଅନେକ ଠକେଇ ମାମଲା ରୁଜୁ ହୋଇ ବର୍ତ୍ତମାନ ଦିଲ୍ଲୀର ରୋହିଣୀ ଜେଲରେ ରଖାଯାଇଛି । ଜେଲ ଭିତରୁ 200 କୋଟି ଟଙ୍କା ଦାଦାବଟି ରାକେଟ୍ ଚଳାଇଥିବା ନେଇ ସୁକେଶ ନାମରେ ଅଭିଯୋଗ ରହିଛି । ଜେଲରୁ ଜଣେ ଜଣାଶୁଣା ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ 50 କୋଟି ଟଙ୍କା ମାଗିଥିଲା ସୁକେଶ । ଏହି ମାମଲାର ଅନୁସନ୍ଧାନ ବେଳେ ଜ୍ୟାକଲିନଙ୍କ ନାମ ମଧ୍ୟ ଆସିଥିଲା । ଏହା ପରେ ତାଙ୍କୁ ପଚରାଉଚରା କରାଯାଇଥିଲା । ସୁକେଶଙ୍କ ବିରୋଧରେ ଏହି ସମଗ୍ର ମାମଲାରେ ଜ୍ୟାକଲିନଙ୍କୁ ଜଣେ ପ୍ରମୁଖ ସାକ୍ଷୀ ଭାବରେ ରଖାଯାଇଛି । କୁହାଯାଏ ଯେ ସୁକେଶ ଅନ୍ୟମାନଙ୍କ ପରି ନୋରା ଫତେହିଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
money laundering case : Nora Fatehi Reached RD Office, ED Issued Notice To Jacqueline Fernandez
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X