କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଗାୟିକା ଲତା ମଙ୍ଗେସକର
ଭାରତର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର କରୋନା ଭାଇରସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସକୁ ଦୃଷ୍ଟିରେ ରଖି ମହାମାରୀର ଶିକାର ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ମୁମ୍ବାଇ : ଭାରତର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର କରୋନା ଭାଇରସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସକୁ ଦୃଷ୍ଟିରେ ରଖି ମହାମାରୀର ଶିକାର ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଭେଟେରାନ ଗାୟିକା ଲତା ଲତା ମଙ୍ଗେସକର କୋଭିଡ -19 ସଂକ୍ରମିତ ହୋଇଥିବା ନିଶ୍ଚିତ କରିଛନ୍ତି ତାଙ୍କ ଝିଆରୀ ରଚନା । ରଚନା କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ଲତା ମଙ୍ଗେସକରଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ବର୍ତ୍ତମାନ ସୁଦ୍ଧା ସେ ଭଲ ଅଛନ୍ତି, ଚିନ୍ତା କରିବାର କିଛି ନାହିଁ, କେବଳ ସତର୍କତା କାରଣରୁ ତାଙ୍କୁ ଆଇସିୟୁରେ ରଖାଯାଇଛି ।

ଆପଣଙ୍କୁ କହି ରଖୁଛୁ ମହାରାଷ୍ଟ୍ରରେ ରହୁଥିବା ଲତା ମଙ୍ଗେସକରଙ୍କୁ 93 ବର୍ଷ ବୟସ, ଏବଂ ସେ ତାଙ୍କ ପରିବାର ସହିତ ରୁହନ୍ତି । ଭରତ ରତ୍ନ ପୁରସ୍କାର ପ୍ରାପ୍ତ ଲତା ମଙ୍ଗେସକରଙ୍କ କରୋନା ସଂକ୍ରମିତ ହେବାର ଖବରକୁ ନେଇ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି । ତାଙ୍କ ଯତ୍ନରେ ଡାକ୍ତରଙ୍କ ଏକ ଟିମ୍ ନିୟୋଜିତ କରାଯାଇଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Legendary singer Lata Mangeshkar admitted to ICU after testing positive for Covid-19. She has mild symptoms: Her niece Rachna confirms to ANI
(file photo) pic.twitter.com/8DR3P0qbIR
— ANI (@ANI) January 11, 2022












Click it and Unblock the Notifications