ପୁଣି ବିଗିଡ଼ିଲା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ, ଭେଣ୍ଟିଲେଟରରେ ହେଲେ ଭର୍ତ୍ତି
ଲତା ଦିଦିଙ୍କ ଚିକିତ୍ସା କରୁଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡକ୍ଟର ପ୍ରତୀତ ସମଦାନୀ କହିଛନ୍ତି ଯେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି, ତାଙ୍କ ଅବସ୍ଥା ଗୁରୁତର ରହିଛି । ସେ ଭେଣ୍ଟିଲେଟରରେ ଅଛନ୍ତି ।
ମୁମ୍ବାଇ : ଭାରତର କିମ୍ବଦନ୍ତୀ ଗାୟିକା ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଲତା ମଙ୍ଗେସକରଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମିତ ହେବା ପରେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଜାନୁଆରୀ 8 ରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ 30 ରେ ତାଙ୍କ ଅବସ୍ଥା ସୁଧୁରିଲା, ତା'ପରେ ତାଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଗଲା, କିନ୍ତୁ ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ ଭେଣ୍ଟିଲେଟରରେ ରଖାଯାଇଛି ।

ଲତା ଦିଦିଙ୍କ ଚିକିତ୍ସା କରୁଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡକ୍ଟର ପ୍ରତୀତ ସମଦାନୀ କହିଛନ୍ତି ଯେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି, ତାଙ୍କ ଅବସ୍ଥା ଗୁରୁତର ରହିଛି । ସେ ଭେଣ୍ଟିଲେଟରରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ଆଇସିୟୁରେ ଅଛନ୍ତି ଏବଂ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି ।
ଲତା ମଙ୍ଗେସକର କରୋନା ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ, ଯେଉଁ କାରଣରୁ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଡକ୍ଟର ପ୍ରତୀତ ସମଦାନୀ ଅତୀତରେ କହିଥିଲେ ଯେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ ।












Click it and Unblock the Notifications