ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ, ଜାଣନ୍ତୁ କେଉଁ ମାମଲାରେ ହେବ ପଚରାଉଚୁରା

ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି । ସୂଚନାନୁସାରେ, ଏକ ମାମଲାରେ ଏଜେନ୍ସି ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି ।

ମୁମ୍ବାଇ : ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି । ସୂଚନାନୁସାରେ, ଏକ ମାମଲାରେ ଏଜେନ୍ସି ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି । ଆଜି (ଡିସେମ୍ବର 20) ED ଐଶ୍ୱର୍ଯ୍ୟାଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି । ପାନାମା ପେପର ଲିକ୍ ମାମଲାରେ ତାଙ୍କୁ ପଚରାଯିବ, ଏ ବାବଦରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ଫେମା ଅଧୀନରେ ଡକାଇ ପଚରାଉଚୁରାରେ ଯୋଗଦେବାକୁ କହିଛନ୍ତି ।

Aishwarya Rai

ପାନାମା ପେପର ଅନୁସନ୍ଧାନ ସହ ଜଡିତ ମାମଲାରେ ଐଶ୍ୱର୍ଯ୍ୟା ରାୟଙ୍କୁ ଏହା ହେଉଛି ଇଡିର ତୃତୀୟ ସମନ । ସେ ପ୍ରଥମ ଦୁଇ ଥର ଇଡି ଆଗରେ ହାଜର ହୋଇନଥିଲେ । ଉଭୟ ଥର ସେ ପାନାମା ପେପର୍ସ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସମ୍ମୁଖରେ ନୋଟିସର ସ୍ଥଗିତ ରଖିବାକୁ ଆବେଦନ କରିଥିଲେ । ଏବେ ତାଙ୍କୁ ପୁଣି ଡକାଯାଇଛି ।

ଫେମା ଅଧୀନରେ ଥିବା ଐଶ୍ୱର୍ଯ୍ୟା ରାୟଙ୍କୁ ଇଡି ଏକ ନୋଟିସ ଜାରି କରି ପଚରାଉଚରା ପାଇଁ ସୋମବାର ଦିଲ୍ଲୀ ମୁଖ୍ୟାଳୟକୁ ଡକାଇଛି । ସୂଚନାନୁସାରେ, ଐଶ୍ୱର୍ଯ୍ୟା ରାୟ ଆଜି ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ । ସେ ହାଜର ନ ହୋଇପାରିବାର କାରଣ ମଧ୍ୟ ଇଡିକୁ ଲିଖିତ ଆକାରରେ ଦେଇଛନ୍ତି । ଯାହା ପରେ ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସେମାନଙ୍କୁ ଏକ ନୂତନ ବିଜ୍ଞପ୍ତି ପ୍ରଦାନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+