Get Updates
Get notified of breaking news, exclusive insights, and must-see stories!

ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା, ଟୁଟୁ ନାୟକଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଆଶ୍ୱସ୍ତି । ମିଳିଲା ଜାମିନ୍ । ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଟୁଟୁ ନାୟକଙ୍କୁ ମିଳିଛି ଜାମିନ । ଜାମିନ୍‌ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ । 50 ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।

Tutu Nayak

ରାଜ୍ୟ ବାହାରକୁ ଗଲେ କୋର୍ଟର ଅନୁମତି ନେବେ ବୋଲି କୋର୍ଟ କହିଛନ୍ତି । ଏହାସହିତ ସାକ୍ଷୀମାନଙ୍କୁ ଭୟଭୀତ ଏବଂ ପ୍ରଲୋଭିତ କରିବେ ନାହିଁ । ଏପିରିକିପୀଡିତାଙ୍କୁ ଧମକଚମକ ଦେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଥାଉକି, ଗତ ଅକ୍ଟୋବର 3 ତାରିଖରେ ଜଣେ ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ଟୁଟୁ ନାୟକଙ୍କୁ ଗିରଫ କରିଥଇବା ଖାରବେଳ ନଗର ଥାନା ପୋଲିସ୍ । ପୋଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା । ଏହାପରେ କୋର୍ଟ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଦଫା 354, 341, 323, 294 ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।' ଗିରଫ ପରେ ଝାରପଡ଼ା ଜେଲ୍‌ରେ ଥିଲେ ଟୁଟୁ ।

ସେପଟେ କୋର୍ଟରେ ଜାମିନ ଆବେଦନ କରିଥିଲେ ଟୁଟୁ ନାୟକ । କିନ୍ତୁ କୋର୍ଟ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଶେଷରେ ବୁଧବାର ଦିନ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସଡିଜେଏମ୍‌ କୋର୍ଟ । ଜାମିନ ପ୍ରଦାନ ସହ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+