କରୋନା କବଳରେ କରୋନା ଯୋଦ୍ଧା ସୋନୁ ସୋନୁ ସୁଦ୍

କରୋନା ସଂକ୍ରମଣ ସମୟରେ ବିଭିନ୍ନ ଭାବରେ ବହୁ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ୍ ଶେଷରେ କରୋନା ଆକ୍ରାନ୍ତ ହୋଇଛନ୍ତି । ଶନିବାର ସୋଶାଲ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି ।

ମୁମ୍ବାଇ : ବଲିଉଡର ସେଲିବ୍ରିଟି ଯିଏ କରୋନା ମହାମାରୀ ସମୟରେ ଗରିବ, ଅସହାୟ ତଥା ପ୍ରବାସୀ ଶ୍ରମିକମାନଙ୍କୁ ଅଧିକ ସାହାଯ୍ୟ କରିଥିଲେ ସେ ବର୍ତ୍ତମାନ କରୋନା କବଳରେ । କରୋନା ସଂକ୍ରମଣ ସମୟରେ ବିଭିନ୍ନ ଭାବରେ ବହୁ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦ୍ ଶେଷରେ କରୋନା ଆକ୍ରାନ୍ତ ହୋଇଛନ୍ତି । ଶନିବାର ସୋଶାଲ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି ।

sonu-sood

ନିଜ ଟ୍ୱିଟର ହାଣ୍ଡେଲରେ ଉଭୟ ହିନ୍ଦୀ ଓ ଇଂଲିସ୍ ଲେଖିଛନ୍ତି, 'ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛି କି ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି । ମୁଁ ନିଜକୁ ସଙ୍ଗରୋଧରେ ରଖିଛି । ଚିନ୍ତାର କୌଣସି କାରଣ ନାହିଁ । ଏବେ ମୋତେ ବହୁତ ସମୟ ମିଳିବ । ମୁଁ ଆପଣମାନଙ୍କର ସମସ୍ୟା ଦୂର କରିବି । ମନେରଖନ୍ତୁ, ଯାହା ବି ସମସ୍ୟା ଆସୁ ମୁଁ ଆପଣମାନଙ୍କ ପାଖରେ ଅଛି ।'

ଯଦିଓ ସେ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି କିନ୍ତୁ ତାଙ୍କର ଫୋନ୍ ବନ୍ଦ କରି ନାହାନ୍ତି । ସୋନୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି, 'ମୋ ପାଖକୁ ସାହାଯ୍ୟ ଲାଗି ହଜାର ହଜାର ଫୋନ୍ ଆସୁଛି, କିଏ ହସ୍ପିଟାଲ ବେଡ୍ ପାଇଁ ତ କିଏ କିଏ ଔଷଧ ପାଇଁ ପୁଣି କିଏ ଇଂଜେନକସନ୍ ପାଇଁ ଫୋନ୍ କରୁଛନ୍ତି । ଅନେକଙ୍କୁ ସାହାଯ୍ୟ କରୁଛି, ଅନେକଙ୍କୁ କରିପାରୁ ନାହିଁ । ଏଥିପାଇଁ ବେଳେ ବେଳେ ନିଜକୁ ଅସହାୟ ମନେ କରୁଛି ।'

ନିକଟରେ ସୋନୁ ସୁଦଙ୍କୁ ପଞ୍ଜାବ ଆଣ୍ଟିକୋରୋନା ଭାଇରସ ଟୀକାକରଣ କାର୍ଯ୍ୟକ୍ରମର ଆମ୍ବାସଡର କରାଯାଇଥିଲା । ଯାହାକୁ ନେଇ ସେ କହିଛନ୍ତି, 'ଲୋକଙ୍କ ସୁରକ୍ଷା ପାଇଁ ପଞ୍ଜାବ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ବିଶାଳ ଅଭିଯାନର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ।'

ସୂଚନାଯୋଗ୍ୟ, ଗତ ବର୍ଷ ଲକଡାଉନ ସମୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟ ତଥା ଘରକୁ ପହଞ୍ଚାଇବା ବ୍ୟବସ୍ଥା କରି ରାତାରାତି ଲୋକପ୍ରିୟତା ପାଇଥିଲେ ଏହି ବଲିଉଡ ଷ୍ଟାର । ଗରିବ ଲୋକଙ୍କୁ ସହାୟତା କରିଥିବା ସୋନୁକୁ ଲୋକେ 'ରିୟଲ୍ ହିରୋ' କହିଥିଲେ । ବଲିଉଡ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ସୋନୁ ସୁଦ ଯେତିକି ଲୋକପ୍ରିୟତା ପାଇଥିଲେ ତା'ଠାରୁ ଢେର ଅଧିକ ଲୋକପ୍ରିୟତା ଓ ପ୍ରଶଂସା ସେ କରୋନା କାଳରେ ହାସଲ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+