ବଲିଉଡରେ ଡ୍ରଗ୍ସ ମାମଲା : ଏନସିବି ହାତରେ ଅଭିନେତା ଏଜାଜ ଖାନ

ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଏଜାଜ ଖାନଙ୍କୁ ଗିରଫ କଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) । ମୁମ୍ବାଇରୁ ଏଜାଜଙ୍କୁ ଗିରଫ କରିଛି ଏନସିବି ।

ମୁମ୍ବାଇ : ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଏଜାଜ ଖାନଙ୍କୁ ଗିରଫ କଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) । ମୁମ୍ବାଇରୁ ଏଜାଜଙ୍କୁ ଗିରଫ କରିଛି ଏନସିବି । ପ୍ରାୟ 8 ଘଣ୍ଟାର ପଚରାଉଚୁରା ପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ତାଙ୍କୁ 2018 ମସିହାରେ ମଧ୍ୟ ଗିରଫ କରାଯାଇଥିଲା ।

Ejaz-Khan

ଡ୍ରଗ୍ସ ବ୍ୟବସାୟୀ ଶାଦାବ ବଟାଟାକୁ ଗିରଫ କରାଯିବା ପରେ ଏଜାଜଙ୍କ ନାମ ସାମ୍ନାକୁ ଆସିଥିଲା । ଏଜାଜ୍‌ ରାଜସ୍ଥାନରୁ ମୁମ୍ବଇ ଫେରୁଥିବା ସମୟରେ ଏନସିବି ତାଙ୍କୁ ବାଟରୁ ଉଠାଇ ନେଇଥିଲା । ଖବର ଅନୁଯାୟୀ, ତାଙ୍କୁ ଗିରଫ କରାଯାଇଥିଲା ବେଳେ ସେ ମଦ୍ୟପାନ କରିଥିଲେ । ତାଙ୍କଠାରୁ 8 ଟି ଏକ୍ସଟେସି ଟାବଲେଟ୍ ପାଇଥିଲେ, ଯାହାର ଓଜନ 2.3 ଗ୍ରାମ ଏବଂ ମୂଲ୍ୟ ପାଖାପାଖି 2.2 ଲକ୍ଷ ଟଙ୍କା ଥିଲା । ସେହି ସମୟରେ ନାଭି ମୁମ୍ବାଇ ପୋଲିସ ମଧ୍ୟ ଅଭିନେତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଥିଲା।

ଏଜାଜ୍‌ ଖାନ ବଟାଟା ଗ୍ୟାଙ୍ଗରେ ସାମିଲ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହା ସହିତ ଗତ ମଙ୍ଗଳବାର ଏନସିବି ଟିମ୍‌ ଏଜାଜଙ୍କ ଅନ୍ଧେରୀ ଏବଂ ଲୋଖଣ୍ଡୱାଲାସ୍ଥିତ ଘରେ ଚଢ଼ାଉ କରିଛି । ଏନସିବି ମୁମ୍ବଇର ସବୁଠୁ ବଡ଼ ଡ୍ରଗ୍ସ ସପ୍ଲାୟର ଫାରୁକ ବଟାଟାର ପୁଅ ଶାଦାବକୁ ଗିରଫ କରିବା ସମୟରେ ତା'ଠାରୁ 2 କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା ।

ଏଜାଜ୍ ଗତ କିଛି ଦିନ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଲୋକପ୍ରିୟ ଟିଭି ରିଆଲିଟି ସୋ ବିଗ୍ ବସ୍ ରେ ମଧ୍ୟ ଏଜାଜ୍ ଖାନଙ୍କୁ ଦେଖିବାକୁ ମିଳିଥିଲା । ବିଧାନସଭା ନିର୍ବାଚନ ସମୟରେ ଅଭିନେତା ଏଜାଜ ଖାନ ମୁମ୍ବାଇର ବାଇକୁଲା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ଏଥିରେ ତାଙ୍କୁ କମ୍ ଭୋଟ୍ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+