ବିବାହ 15 ବର୍ଷ ପରେ ଛାଡ଼ପତ୍ର ନେଲେ ଆମୀର ଖାନ ଏବଂ କିରଣ ରାଓ
ବଲିଉଡ ଅଭିନେତା ଆମୀର ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ସେମାନଙ୍କ ଛାଡପତ୍ର ଘୋଷଣା କରିଛନ୍ତି । ଆମୀର ଖାନ ଏବଂ କିରଣ ରାଓଙ୍କ ବିବାହ 15 ବର୍ଷ ଧରି ଚାଲିଥିଲା 15 ବର୍ଷ ଏକାଠି ରହିବା ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି ।
ମୁମ୍ବାଇ : ବଲିଉଡ ଅଭିନେତା ଆମୀର ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ସେମାନଙ୍କ ଛାଡପତ୍ର ଘୋଷଣା କରିଛନ୍ତି । ଆମୀର ଖାନ ଏବଂ କିରଣ ରାଓଙ୍କ ବିବାହ 15 ବର୍ଷ ଧରି ଚାଲିଥିଲା 15 ବର୍ଷ ଏକାଠି ରହିବା ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି ।

ଆମୀର ଖାନ ଏବଂ କିରଣ ରାଓ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ "ଏହି 15 ବର୍ଷରେ ଆମେ ସାଥୀ ହୋଇ ପୂରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ । ଆମ ଦୁହିଁଙ୍କର ସମ୍ପର୍କ ବିଶ୍ୱାସ, ସମ୍ମାନ ଏବଂ ଭଲ ପାଇବା ଦ୍ୱାରା ବଢ଼ିଛି । ଏବେ ଆମେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ସେମାନେ ନିଜ ପୁଅ ଆଜାଦ ରାଓ ଖାନଙ୍କୁ ସହ-ପିତାମାତା ଭାବରେ ପାଳିବେ ବୋଲି କହିଛନ୍ତି । ପାନୀ ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ବୃତ୍ତିଗତ ସହଭାଗୀତା ଜାରି ରଖିବ ।" ଛାଡପତ୍ର କରିବାକୁ ନିଷ୍ପତ୍ତି ନେବା ତାଙ୍କ ପାଇଁ ଭାବପ୍ରବଣ ବୋଲି ସେମାନେ କହିଛନ୍ତି ।
ସୂଚନା ଅନୁଯାୟୀ, ଅମିର୍ ଖାନ୍ ଓ କିରଣ ଖାନ୍ ଦୁହେଁ ଫିଲ୍ମ ଲଗନ୍ ସେଟ୍ ରେ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ । ଏହାପରେ ସେମାନେ 2005 ମସିହା ଡିସେମ୍ବର 28 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ସରୋଗେସି ଦ୍ୱାରା 2011 ରେ ପୁଅ ଆଜାଦ୍ ଜନ୍ମ ହୋଇଥିଲେ ।












Click it and Unblock the Notifications