• search
For Quick Alerts
Turn On Notification  
For Daily Alerts

10 ବର୍ଷ ହେଲା ସାର୍ଟିଫିକେଟ୍ ପାଇ ନାହାନ୍ତି ଉତ୍କଳର 5 ଲକ୍ଷ ଛାତ୍ରଛାତ୍ରୀ

|

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ 10 ବର୍ଷ ହେଲା ସାର୍ଟିଫିକେଟ୍ ପାଇ ନାହାନ୍ତି । ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟର ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀ 2011 ରୁ 2018 ପର୍ଯ୍ୟନ୍ତ ଅରଜିନାଲ୍ ସାର୍ଟିଫିକଟେ ପାଇ ନାହାନ୍ତି । ଏଠାରେ ସୂଚନାଥାଉକି, 9 ଜିଲ୍ଲାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ମୋଟ 3 ଶହ ମହାବିଦ୍ୟାଳୟ ରହିଛି । ସେଥିମଧ୍ୟରୁ 17 ସ୍ୱୟଂଶାଲିତ ମହାବିଦ୍ୟାଳୟକୁ ସାର୍ଟିଫିକେଟ୍ ଦିଆଯାଇଥିବା ବେଳେ ପ୍ରଫେସନାଲ୍ ପାଠ୍ୟକ୍ରମ ସାର୍ଟିଫିକେଟ୍ ମଧ୍ୟ ବଣ୍ଟନ ସରିଛି । ତେବେ 280 ମହାଦିବ୍ୟାଳୟରୁ ସ୍ନାତନ (+3) ପାଠପଢି ଉର୍ତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ପାଇ ନାହାନ୍ତି ।

ବାଣୀବିହାର

ଏହାକୁ ନେଇ ପୂର୍ବତନ ରାଜ୍ୟପାଳ ଏସ.ସି. ଜମିର ଏବଂ ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବହୁବାର୍ ତାଗିଦ କରି ତୁରନ୍ତ ସାର୍ଟିଫିକେଟ୍ ଦେବାକୁ କହିଛନ୍ତି । ଏହାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ୍ ପ୍ରାୟ ଦେଢ ବର୍ଷ ପୂର୍ବେ ପ୍ରସ୍ତୁତ ସରିଥିବା ବେଳେ ମହାବିଦ୍ୟାଳୟ ଗୁଡିକୁ ପଠାଯାଇ ପାରି ନାହିଁ ବୋଲି ଏକ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି । ପୂର୍ବରୁ କିଛି ପୁରୁଣା ସାର୍ଟିଫିକେଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ସଠିକ୍ ଭାବରେ ବିତରଣ ନ କରାଯିବାରୁ ଏଥିରେ ଖତ ହୋଇଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି କହିଛନ୍ତି ସାର୍ଟିଫିକେଟ୍ ପ୍ରସ୍ତୁତ ସରିଥିବା ବେଳେ ବର୍ତ୍ତମାନ ଏହା ପରୀକ୍ଷା ପରିଚାଳନାରେ ଯାଞ୍ଚ୍ କରାଯାଉଛି । ବିନା ମୂଲ୍ୟରେ ଏହା ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ନିଷ୍ପତ୍ତି କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Utkal University Students Could not Get Original Certificate Since Last 10 Years
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X