Get Updates
Get notified of breaking news, exclusive insights, and must-see stories!

UPSC ଫଳାଫଳ: ଓଡିଶାରୁ ୨୬ ଜଣ ପାଇଲେ ଆଇଏଏସ, ଦେଖନ୍ତୁ, ତାଲିକା...

ଭୁବନେଶ୍ୱର: ପ୍ରକାଶ ପାଇଛି UPSC ଫଳାଫଳ । ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଈଶିତା କିଶୋର ଟପ୍ପର ହୋଇଛନ୍ତି ।

ଏଥର ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରୁଛନ୍ତି । ପ୍ରଥମ ଚାରୋଟି ସ୍ଥାନ ମହିଳାମାନେ ଅକ୍ତିଆର କରିଛନ୍ତି । ଈଶିତା ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି ।

UPSC Result 2022

ସେହିପରି ଓଡ଼ିଶାରୁ ୨୬ ଜଣ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଏହି ୨୬ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି । ତେବେ ଓଡିଶାରୁ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମିଳିଥିବା ସୂଚନାନୁସାରେ, ଓଡିଶାରୁ ତରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବାବେଳେ ତାଲିକାରେ ୪୨ ତମ ରାଙ୍କରେ ଓଡ଼ିଶାର ପ୍ରଣୀତା ଦାସ ଓ ୬୭ତମ ସ୍ଥାନରେ ଅଛନ୍ତି କସ୍ତୁରୀ ପଣ୍ଡା । ସେହିପରି ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ ରହିଛନ୍ତି ।

UPSC Result 2022

ସୂଚନାଥାଉ କି, UPSC ପ୍ରିଲିମନାରୀ ପରୀକ୍ଷା ଜୁନ ୫ ତାରିଖରେ ହୋଇଥିଲା ଏବଂ ଏହାର ରେଜଲ୍ଟ ଜୁନ ୨୨ରେ ପ୍ରକାଶ ପାଇଥିଲା । ମେନ ଏକ୍ଜାମ ସେପ୍ଟେମ୍ବର ୧୬ ରୁ ୨୫ ଯାଏ ହୋଇ ଏହାର ରେଜଲ୍ଟ ମଧ୍ୟ ଡିସେମ୍ବର ୬ ତାରିଖରେ ବାହାରିଥିଲା । ମୋଟ୍ ୧୧ ଲକ୍ଷ ୩୫ ହଜାର ୬୯୭ ଜଣ ଆବେଦନ କରିଥିବା ବେଳେ ୫ ଲକ୍ଷ ୭୩ ହଜାର ୭୩୫ ଜଣ ପ୍ରିଲିମ ପରୀକ୍ଷା ଦେଇଥିଲେ ।

ସେମାନଙ୍କ ମଧ୍ୟରୁ ୧୩ ହଜାର ୯୦ ଜଣ ଲିଖିତ (ମେନ୍‌) ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମେନ୍ ପରୀକ୍ଷା ସେପ୍ଟେମ୍ବର ୧୬ରୁ ୨୫ ମଧ୍ୟରେ ହୋଇଥିଲା ଓ ଏହାର ଫଳାଫଳ ଡିସେମ୍ବର ୬ରେ ପ୍ରକାଶ କରାଯାଇଥିଲା । ୨୫୨୯ ଜଣଙ୍କୁ ସାକ୍ଷାତକାର ପାଇଁ ଡକା ଯାଇଥିଲା । ସାକ୍ଷାତକାର ପରୀକ୍ଷା ମେ' ୧୮ରେ ଶେଷ ହୋଇଥିଲା । ଆଉ ଆଜି ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୩୮ ଜଣ ଆଇଏଫ୍‌ଏସ୍‌, ୨୦୦ ଜଣ ଆଇପିଏସ୍‌ ଏବଂ ବାକି ମାନେ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍‌ରେ ନିଯୁକ୍ତି ପାଇବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+