ପ୍ରକାଶ ପାଇଲା UPSC ମେନ୍ସ ରେଜଲ୍ଟ : ଜାଣନ୍ତୁ କେମତି ଦେଖି ଆପଣଙ୍କ ପରୀକ୍ଷା ଫଳ ?

କେନ୍ଦ୍ର ଜନସେବା ଆୟୋଗ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ମେନ୍ସ ପରୀକ୍ଷା ୨୦୨୨ର ଫଳାଫଳ ପ୍ରକାଶ କରିଛି । ମେନ୍ସ ଲିଖିତ ପରୀକ୍ଷା 16 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯାଇଥିଲା ।

ନୂଆଦିଲ୍ଲୀ: କେନ୍ଦ୍ର ଜନସେବା ଆୟୋଗ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ମେନ୍ସ ପରୀକ୍ଷା ୨୦୨୨ର ଫଳାଫଳ ପ୍ରକାଶ କରିଛି । ମେନ୍ସ ଲିଖିତ ପରୀକ୍ଷା 16 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯାଇଥିଲା ।

UPSC

ଏହି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀମାନେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବାରେ ଚୟନ ପାଇଁ ସାକ୍ଷାତକାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । upsc.gov.in ଅଫିସିଆଲ୍ ସାଇଟରେ ଆପଣଙ୍କ ରେଜଲ୍ଟ ଦେଖି ପାରିବେ । ସାକ୍ଷାତକାର ପାଇଁ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

କହି ରଖୁ କି, UPSC ସିଭିଲ ସର୍ଭିସେସ୍ ମେନ୍ସ ପରୀକ୍ଷା 2022 ର କଟଅଫ୍ ମଧ୍ୟ ଶୀଘ୍ର ଘୋଷଣା କରାଯାଇପାରେ । କେନ୍ଦ୍ର ଜନସେବା ଆୟୋଗ ସାକ୍ଷାତକାରର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରି ନାହାଁନ୍ତି । ସାକ୍ଷାତକାର ପ୍ରକ୍ରିୟା ଆସନ୍ତା ବର୍ଷ ଜାନୁଆରୀରେ ଆରମ୍ଭ ହୋଇପାରେ ବୋଲି ବିଶ୍ୱାସ କରାଯାଏ ଫଳାଫଳ ଘୋଷଣା ପରେ ଲୋକମାନେ ସୋସିଆଲ ମିଡିଆରେ ସଫଳ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ମେନ୍ ଫଳାଫଳ 2022 କିପରି ଯାଞ୍ଚ କରିବେ

ଯେଉଁ ପରୀକ୍ଷାର୍ଥୀମାନେ upsc.gov.in ମାଧ୍ୟମରେ ଫଳାଫଳ ଜାଣିପାରୁନାହାନ୍ତି, ସେମାନେ upsconline.nic.in PDF ଡାଉନଲୋଡ୍ କରି ଫଳାଫଳ ଜାଣିପାରିବେ । ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିବା ପାଇଁ ଅଫିସିଆଲ୍ PDF ଡାଉନଲୋଡ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରିପାରିବେ ।

୧- ଫଳାଫଳ ଜାଣିବା ପାଇଁ UPSC ଅଫିସିଆଲ୍ ୱେବସାଇଟ୍ ଯଥା upsc.gov.in ଖୋଲିବା ଜରୁରୀ।

୨- ଏହା ପରେ ହୋମ୍ ପେଜରେ UPSC ସିଭିଲ ସର୍ଭିସେସ୍ ପ୍ରିଲିମ୍ସ ୨୦୨୦ ରେଜଲ୍ଟ' ଲିଙ୍କରେ କ୍ଲିକ୍ କରନ୍ତୁ ।

୩- ଆପଣଙ୍କୁ ପେଜରେ PDF ଫଳାଫଳ ଦେଖାଯିବ ।

୪- ଏହା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଜର ରୋଲ୍ ନମ୍ବର ସ୍କାନ୍ କରିବା ଅପସନ ଆସିବ ।

୫- ପ୍ରାର୍ଥୀମାନେ ସ୍କ୍ରଲିଂ କରି ନିଜର ରୋଲ୍ ନମ୍ବର ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+