UPSC Exam 2024: ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ, ତୁରନ୍ତ କରନ୍ତୁ ଆବେଦନ
ସିଭିଲ ସର୍ଭିସ ପରୀକ୍ଷା (UPSC ) ୨୦୨୪ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (UPSC) ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଆଶାୟୀମାନେ UPSC ଅଫିସିଆଲ୍ ୱେବସାଇଟ୍ https://upsc.gov.in/ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ । ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୫ ରହିଛି । ଏହି ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୬ ଖାଲି ପଦବୀ ପୂରଣ ହେବ । ଏଥିପାଇଁ ଆସନ୍ତା ମେ ୨୬ ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ।
କେତେଥର ପରୀକ୍ଷା ଦେଇପାରିବେ: ଲୋକସେବା ପରୀକ୍ଷା (CSE) ପାଇଁ ପ୍ରାର୍ଥୀଙ୍କୁ ସର୍ବାଧିକ ୬ ଥର ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି । ତେବେ ଏସସି, ଏସଟି, ଓବିସି ଏବଂ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ମିଳିପାରେ ।

ବୟସ ସୀମା: ଆଶାୟୀ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା: ଆଶାୟୀ ପ୍ରାର୍ଥୀ ଅତିକମରେ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ।
ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ ତିନୋଟି ପର୍ଯ୍ୟାୟରେ(ପ୍ରିଲିମ୍, ମେନ୍, ଏବଂ ସାକ୍ଷାତକାର) ପରୀକ୍ଷା ପରେ ଯୋଗ୍ୟପ୍ରାଥୀ ଚୟନ କରାଯିବ।












Click it and Unblock the Notifications