ଆସିଲା ନୂଆ ନିୟମ, ବିନା ପିଏଚଡିରେ ହୋଇପାରିବେ ଆସିଷ୍ଟାଣ୍ଟ ପ୍ରଫେସର
ନୂଆଦିଲ୍ଲୀ: ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ପାଇବାକୁ ପିଏଚଡି ଯୋଗ୍ୟତା ୧ ଜୁଲାଇ ୨୦୨୩ରୁ କେବଳ ଏକ ବିକଳ୍ପ ଭାବରେ ବିଚାର କରାଯିବ । ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ପ୍ରତ୍ୟକ୍ଷ ନିଯୁକ୍ତି ଲାଗି ନେଟ୍, ସେଟ୍, ଏସଏଲ୍ଇଟି ହିଁ ସର୍ବନିମ୍ନ ମାନଦଣ୍ଡ ଭାବରେ ବିଚେନା କରାଯିବ ।
ୟୁନିଭରସିଟି ଗ୍ରାଣ୍ଟସ କମିଶନ(ୟୁଜିସି) ଏକ ବଡ ନିଷ୍ପତ୍ତି ନେଇଛି । ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଲାଗି ପିଏଚଡି କରିବାକୁ ଉଠାଇ ଦେଇଛନ୍ତି । ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦୀଶ କୁମାର ଟୁଇଟ୍ କରି ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ନୂଆ ନିୟମ ୧ ଜୁଲାଇ ୨୦୨୩ରୁ ଲାଗୁ ହୋଇଯାଇଛି । ପ୍ରଫେସର କୁମାରଙ୍କ ଟୁଇଟ୍ ଅନୁଯାୟୀ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ଲାଗି ପିଏଚଡି ଯୋଗ୍ୟତା ୧ ଜୁଲାଇ ୨୦୨୩ରୁ କେବଳ ଏକ ବିକଳ୍ପ ଭାବରେ ରହିବ । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ମିନିମମ୍ କ୍ୱାଲିଫିକେସନ ଫର୍ ଆପଏଣ୍ଟମେଣ୍ଟ ଅଫ୍ ଟିଚର୍ସ ଆଣ୍ଡ ଅଦର ଏକାଡେମିକ୍ ଷ୍ଟାଫ ରେଗୁଲେସନ ୨୦୧୮ରେ ସଂଶୋଧନ କରିଛନ୍ତି । ଏବେ ନେଟ୍, ସେଟ୍, ଏସଏଲ୍ଏଟି ପରି ଯୋଗ୍ୟତା ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ ନିଯୁକ୍ତି ପାଇବାର ସର୍ବନିମ୍ନ ଯୋଗ୍ୟତା ରହିବ ।
ୟୁଜିସିର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଗାଇଡ ଲାଇନ୍ସ ମୌଖିକ ଭାବେ ମାର୍ଚ୍ଚ ମାସରେ ଘୋଷଣା କରିଥିଲେ । ଏହାକୁ ନେଇ ଲକ୍ଷ ଲକ୍ଷ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନକୁ ଚାହିଁ ବସିଥିଲେ । ଯାହାକୁ ଏବେ ୟୁଜିସି ଅଫିସିଆଲ ଭାବେ ଘୋଷଣା କରିଛି । ନୂଆ ନିୟମ ୧ ଜୁଲାଇ ୨୦୨୩ରୁ ଲାଗୁ ହୋଇଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications