UGC- NET ପରୀକ୍ଷା ରଦ୍ଦ, ତଦନ୍ତ କରିବ ସିବିଆଇ
ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା । ଗତ ଜୁନ୍ ୧୮ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଦେଶର ବିଭିନ୍ନ ସହରରେ କରାଯାଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ତେବେ ପରୀକ୍ଷାରେ କିଛି ଅନିୟମିତତା ଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି ।
ଜୁନ୍ ୧୯ ତାରିଖରେ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ପରୀକ୍ଷାରେ ଅନିୟମିତତା ନେଇ ସୂଚନା ମିଳିଥିଲା । ଯାହାପରେ ଦେଶରେ ହେଇଥିବା ଏହି ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି । ଏଥିସହ ଏବେ ପୁଣିଥରେ ଏହି ପରୀକ୍ଷା କରାଯିବ । ଯେଉଁଥିରେ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ର ହେଇଥିଲା । ଏହି ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୟୁଜିସି-ନେଟ୍ ପରୀକ୍ଷା ଦେଇଥିଲେ । ଦୁଇଟି ସିଫ୍ଟରେ ଓଏମଆର ମୋଡରେ ପରୀକ୍ଷା ଆୟୋଜିତ ହୋଇଥିଲା ।

ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପରୀକ୍ଷା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହି ପରୀକ୍ଷା କେବେ ତାହା ପରେ ଘୋଷଣା କରାଯିବ । ପରୀକ୍ଷା ଅନିୟମିତତାର ତଦନ୍ତ ସିବିଆଇ କରିବ । ଦେଶର ୩୧୭ ସହରର ୧୨୦୫ କେନ୍ଦ୍ରରେ ୟୁଜିସି-ନେଟ ପରୀକ୍ଷାର ଆୟୋଜନ କରାଯାଇଥିଲା । ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି , ପରୀକ୍ଷାର୍ଥୀଙ୍କ ହିତ ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ।
ଶିକ୍ଷା ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି ଯେ UGC- NETର ଜୁନ ପରୀକ୍ଷର ମଙ୍ଗଳବାର ଶେଷ ହୋଇଥିଲା। ୨ଟି ପର୍ଯ୍ୟାୟରେ ସମଗ୍ର ଦେଶରେ ଓଏମଆର ମୋଡରେ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାକୁ ନେଇ ଜୁନ ୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ ୟୁନିଟ ଅଫ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସର ସେଣ୍ଟର ପକ୍ଷରୁ କିଛି ତଥ୍ୟ ମିଳିଥିଲା। ପ୍ରାଥମିକ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷାର ସ୍ୱଚ୍ଛତାରେ ବୁଝାମଣା ହୋଇଛି। ତେଣୁ ପରୀକ୍ଷାକୁ ରଦ୍ଦ କରାଯାଉଛି।
ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ରଖିବା ପାଇଁ ଭାରତର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ UGC- NET ପରୀକ୍ଷାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଷ୍ପତ୍ତି ନେଇଛି। ପରୀକ୍ଷା ପୁଣିଥରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପରବର୍ତ୍ତୀ ଅବସ୍ଥାରେ ଜାରି କରାଯିବ।
ସେହିପରି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। ସିବିଆଇ ଏହା ପଛର କାରଣ ଖୋଜି ବାହାର କରିବ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications