ସାବଧାନ! ଓଡିଶାରେ ଅଛି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ: ୟାଙ୍କ ସାର୍ଟିଫିକେଟର ନାହିଁ କୌଣସି ମୂଲ୍ୟ
ଚଳିତ ବର୍ଷ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟ ନାଁ ରହିଥିବା ବେଳେ ସେଥିରେ ଓଡ଼ିଶାର ଦୁଇଟି ନକଲି ବିଶ୍ବବିଦ୍ୟାଳୟ ରହିଛି ।
ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟ ନାଁ ରହିଥିବା ବେଳେ ସେଥିରେ ଓଡ଼ିଶାର ଦୁଇଟି ନକଲି ବିଶ୍ବବିଦ୍ୟାଳୟ ରହିଛି । UGC କହିଛି ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି । ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜର ଉତ୍ତର ଓଡ଼ିଶା କୃଷି ଓ ଯାନ୍ତ୍ରିକ ବା (ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି) ବିଶ୍ୱବିଦ୍ୟାଳୟ ଅଛି ।

ସେହିପରି ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଥିବା ବେଳେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ୱବିଦ୍ୟାଳୟ ଚାଲିଛି। ପଶ୍ଚିମବଙ୍ଗରେ ୨ଟି ଓ ୟୁପିରେ ୪ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଛି । ତାଲିକା ଭୁକ୍ତ ନକଲି ବିଶ୍ୱବିଦ୍ୟାଳୟ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ । ଛାତ୍ରଛାତ୍ରୀ ଆଡମିଶନ କଲେ UGC ଦାୟୀ ରହିବ ନାହିଁ । UGC ସଚିବ ପ୍ରଫେସର ରଜନୀଶ ଜୈନ ଏହି ସୂଚନା ଦେଇଛନ୍ତି ।
ୟୁଜିସି ଆଇନ ୧୯୫୬ର ସେକ୍ସନ ୨୨(୧) ଅନୁଯାୟୀ କେନ୍ଦ୍ର, ରାଜ୍ୟ ଆଇନ ଓ ସେକ୍ସନ-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭରସିଟି ହିଁ କେବଳ ଡିଗ୍ରି ପ୍ରଦାନ କରିପାରିବେ। ତେବେ ଦେଶର ୨୪ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି। ଏମାନଙ୍କର ଡିଗ୍ରି ସାର୍ଟିଫିକେଟ୍ ଦେବାର ଯୋଗ୍ୟତା ନାହିଁ । ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications