ୟୁଜି/ପିଜି ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା
ୟୁଜି/ପିଜି ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ। ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ପରୀକ୍ଷା ହେବ।
ଭୁବନେଶ୍ୱର: ୟୁଜି/ପିଜି ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ। ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ପରୀକ୍ଷା ହେବ। ପରୀକ୍ଷା କେବେ ହେବ ସଂପୃକ୍ତ ବିଶ୍ୱବିଦ୍ୟାଳୟ ବା ସ୍ୱୟଂ ଶାସିତ କଲେଜ ପରୀକ୍ଷା ତାରିଖ ସ୍ଥିର କରିବେ। ଆଜି ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ସୁବିଧା ନଥିବ ନିକଟସ୍ଥ ଡିଗ୍ରୀ କଲେଜରେ ଦେଇପାରିବେ।
ସୂଚନାଯୋଗ୍ୟ, ଜୁନ୍ ୧୨ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କର ଏକ ବୈଠକ ବସିଥିଲା। ଏହି ବୈଠକରେ UG/PG ପରୀକ୍ଷା କରାଯିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା। ତେବେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କୁଳପତିମାନେ ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳର କିଛି ଛାତ୍ରଛାତ୍ରୀ ସହିତ ଆଲୋଚନା କରିବାକୁ ଚାହିଁଥିଲେ। ଏହି ବୈଠକରେ କେତେ ଜଣ କୁଳପତି ଅଫ୍ଲାଇନ୍ ପରୀକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ତେବେ ଆଜି ସବୁ ସସ୍ପେନ୍ସ ଉପରୁ ପରଦା ହଟିଯାଇଛି।












Click it and Unblock the Notifications