ଅନଲାଇନରେ ହେବ ୟୁଜି-ପିଜି ପରୀକ୍ଷା: ପିଲାମାନଙ୍କ ମେଣ୍ଟର ବନିବେ ଅଧ୍ୟାପକ
ଅନଲାଇନରେ ହେବ ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା । ଛାତ୍ରଛାତ୍ରୀ ପାଠପଢା ଓ ପରୀକ୍ଷାର ଦାୟିତ୍ୱ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପ୍ରତି ଅଧ୍ୟାପକଙ୍କ ଦାୟିତ୍ୱରେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ ।
ଭୁବନେଶ୍ବର: ଅନଲାଇନରେ ହେବ ଚଳିତବର୍ଷ ୟୁଜି ଓ ପିଜି ପରୀକ୍ଷା । ଛାତ୍ରଛାତ୍ରୀ ପାଠପଢା ଓ ପରୀକ୍ଷାର ଦାୟିତ୍ୱ ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପ୍ରତି ଅଧ୍ୟାପକଙ୍କ ଦାୟିତ୍ୱରେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ । ଏନେଇ ଆଜି ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଚଳିତ ଥର ମେଣ୍ଟରିଂ ସିଷ୍ଟମ ଲାଗୁ ହେବ । ପିଲାମାନେ କିଭଳି ପରୀକ୍ଷା ଦେବେ ତାହାର ଅଧ୍ୟାପକମାନେ ନେବେ ବୋଲି ଅରୁଣ କହିଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ଅଧ୍ୟାପକଙ୍କ ସଂଖ୍ୟା ଦେଖି ସ୍ଥିର କରାଯିବ । ପ୍ରତି ଅଧ୍ୟାପକଙ୍କୁ ନିର୍ଦ୍ଦିିଷ୍ଟ ସଂଖ୍ୟକ ପିଲାଙ୍କୁ ଦାୟିତ୍ୱ ଦିଆଯିବ । ନିଜ କଲେଜ ବଦଳରେ ଅନ୍ୟ କଲେଜରେ ମଧ୍ୟ ପିଲାମାନେ ପରୀକ୍ଷା ଦେଇପାରିବେ । କିନ୍ତୁ ପରୀକ୍ଷା ଅନଲାଇନରେ ହିଁ ହେବ । ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇପାରିବେ । ଲକଡାଉନ ଓ ତୃତୀୟ ଲହର ଆଶଙ୍କା ଥିବାରୁ ଅନଲାଇନରେ ପରୀକ୍ଷା ହେବାକୁ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଛାତ୍ରଛାତ୍ରୀ କିଭଳି ସୂଚାରୁ ରୂପେ ପରୀକ୍ଷା ଦେବେ ସେ ଦାୟିତ୍ୱ ଅଧ୍ୟାପକ ନେବେ । ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେଣୁ ଅନଲାଇନ୍ ପରୀକ୍ଷା ସଂପର୍କରେ ବିଶେଷ ଆଲୋଚନା କରାଯାଇଛି ।












Click it and Unblock the Notifications